ଭୁବନେଶ୍ଵର,ଆଗାମୀ ୩ ଦିନ ଯାଏଁ ଉପକୂଳ ଓଡ଼ିଶାର ବିଭିନ୍ନ ଅଂଚଳରେ ୩୪ ରୁ ୩୬ ଡ଼ିଗ୍ରୀ ମଧ୍ୟରେ ଦିନ ତାପମାତ୍ରା ରହିବାରେ ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଦିନ ତାପମାତ୍ରା ୩୭ ରୁ ୩୯ ଡ଼ିଗ୍ରୀ ମଧ୍ୟରେ ରେକର୍ଡ ହେବାର ସମ୍ଭାବନା ରହିଛି । ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତନର ସମ୍ଭାବନା ନଥିବା ବେଳେ ପରବର୍ତୀ ୩ ରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ଯାଏଁ ତଳକୁ ଖସିବାର ସମ୍ଭାବନା ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
January 17, 2025
January 17, 2025