
କନ୍ଧମାଳ– ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କନ୍ଧମାଳ ଜିଲ୍ଲା ରାଷ୍ଟ୍ରୀୟ କଳାମଞ୍ଚ ର ପ୍ରତିଭା ଗଞ୍ଜାମ କାର୍ଯ୍ୟକ୍ରମ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀରେ ଗତ ୧୦ ତାରିଖ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । କଳା କ୍ଷେତ୍ରରେ ରୂଚି ରଖୁଥିବା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାର ରୂପେ ସଫଳ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ମନୋରଂଜନ କହଁର , ଟିକାବାଲି ନଗରର ଅଧ୍ୟାପକ ସନ୍ତୋଷ କୁମାର ଦଳବେହେରା, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ସଂଯୋଜିକା ତଅପୋଇ କହଁର, ରାଜ୍ୟ ସହ ସମ୍ପାଦିକା ସଞ୍ଜନା କହଁର, ଗଂଜାମ ବିଭାଗ ସହ ସଂଯୋଗ ରୁଦ୍ର ପ୍ରସାଦ ସେଠୀ , କାର୍ଯ୍ୟକ୍ରମ ସଂଯୋଜକ ତ୍ରିଲୋଚନ ଗଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ପ୍ରତିଭା ସଂଗମ କାର୍ଯ୍ୟକ୍ରମରେ ଏକକ ନୃତ୍ୟ, ଏକକ ସଂଗୀତ, ରଂଗୋଲି , ପାରମ୍ପାରିକ ବେଶଭୂଷା, ଏକକ ଅଭିନୟ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଥିଲା । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମାନ ପ୍ରତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୁଭ ଲକ୍ଷ୍ମୀ ସାହୁ , ଗଞ୍ଜାମ ବିଭାଗ ଏସ ଅଫ ଡି ସଂଯୋଗ ରଜତ ମହାପାତ୍ର, କନ୍ଧମାଳ ଜିଲ୍ଲା ପୂର୍ବତନ ଜିଲ୍ଲା ସଂଯୋଗ ଦିବ୍ୟରଜନ ଡାକୁଆ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମିତ କୁମାର ବେହେରା,ଫୁଲବାଣୀ ନଗର ସମ୍ପାଦକ ଅମ୍ଳାନ ପଟ୍ଟନାୟକ, ସହ ସମ୍ପାଦକ ଆଶୁତୋଷ ବାଘ, ଟିକାବାଲି ନଗର ସମ୍ପାଦିକା ଶୁଭଶ୍ରୀ ବେହେରା, ସନପିୟା ଦିଗାଳ, ଆଶୁତୋଷ ବେହେରା, ଟିକାବାଲି ନଗର ପୂର୍ବତନ ସମ୍ପାଦକ ସୋମନାଥ ପ୍ରଧାନ,ଫୁଲବାଣୀ ନଗର ଏବିଭିପିର ନାରାୟଣ ଲକ୍ଷ୍ମୀ ପ୍ରଧାନ , ରାହୁଲ ଦିଗାଲ , ଜିତେନ୍ଦ୍ର କହଁର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାର ରୂପେ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ ।