
ଭୁବନେଶ୍ୱର– କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ସମ୍ବଲପୁର ଜିଲ୍ଲାରେ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଅଇଁଠାପାଲି ଜଙ୍କସନ୍ ଠାରେ ୬ ଲେନ୍ ବିଶିଷ୍ଟ ୩.୫ କିଲୋମିଟର ଲମ୍ବା ଫ୍ଲାଏଓଭର ଏବଂ ୫୩ ନମ୍ବର ଜାତୀୟ ରାଜପଥ (ପୂର୍ବରୁ ୬ ନମ୍ବର ଜାତୀୟ ରାଜପଥ ନାମରେ ପରିଚିତ) ଉପରେ ଦୁଇ ଲେନ୍ ବିଶିଷ୍ଟ ଗୋଟିଏ ସଡ଼କ ଓଭର ବ୍ରିଜ୍ (ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ) ବା ଆରଓବି (ଏଲ୍ଏଚ୍ଏସ୍) ନିର୍ମାଣ କରାଯିବ ବୋଲି ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି ।