ସତନା, ମଧ୍ୟପ୍ରଦେଶର ସତନା ଜିଲ୍ଲାକୁ ଗୁରୁବାର 150 କୋଟି ଟଙ୍କାରୁ ଅଧିକ ବିକାଶମୂଳକ ପ୍ରକଳ୍ପ ଭେଟି ଦେଇଛନ୍ତି ପିଏମ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଦେଶ ଦର୍ଶନ 2.0 ଯୋଜନା ଅନ୍ତର୍ଗତ 26 କୋଟି ଟଙ୍କାରେ ଚିତ୍ରକୂଟ ଘାଟରେ ଆଧାତ୍ମ୍ୟର ଅନୁଭବ ପ୍ରକଳ୍ପର ଭର୍ଚୁଆଲ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଜିଲ୍ଲାରେ କାର୍ଯ୍ୟକ୍ରମରେ 139 କୋଟିରୁ ଅଧିକ କାର୍ଯ୍ୟର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟ ପର୍ଯ୍ୟଟନ ବିଭାଗର ପ୍ରୋଜେକ୍ଟ ସ୍ୱଦେଶ ଦର୍ଶନ ଯୋଜନା 2.0 ଅନ୍ତର୍ଗତ ମନ୍ଦାକିନୀ ଘାଟର ଉଦ୍ଧାର ଓ ଉନ୍ନତି ପାଇଁ ଅଟେ ।