
ବାରିପଦା- କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଯେଉଁ ନାଗରିକତା ସଂଶୋଧନ ଆଇନ ଆଣିଛନ୍ତି ସେହି ଆଇନ ଫଳରେ ପାକିସ୍ତାନ, ବାଙ୍ଗଲାଦେଶ, ଆଫଗାନିସ୍ତାନରେ ଧାର୍ମୀକ ଉପôିଡ଼ନର ଶୀକାର ହୋଇ ସେଠାରୁ ବିସ୍ଥାପିତ ହୋଇଥିବା ହିନ୍ଦୁ, ବୌଦ୍ଧ, ଶିଖ, ଜୈନ, ପାର୍ସୀ, ଖ୍ରୀଷ୍ଟିୟାନମାନଙ୍କୁ ଭାରତର ନାଗରିକତା ଦିଆଯିବ । ଏହି ଆଇନ କାହା ବିରୋଧରେ ନୁହେଁ ଅଧିକନ୍ତୁ ସେହି ୩ଟି ଦେଶର ନିର୍ଯ୍ୟାତିତ ସଂଖ୍ୟାଲଘୁମାନଙ୍କ ସେମାନଙ୍କର ମାନବିକ ଅଧିକାର ଦେବାର ବ୍ୟବସ୍ଥା ବୋଲି ବାରିପଦା ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଲେଖାଶ୍ରୀ ସାମନ୍ତ ସିଂହାର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସେହିପରି ନାଗରିକତା ସଂଶୋଧନ ଆଇନ -୨୦୧୯ ଆଣି ପାକିସ୍ତାନ, ବାଙ୍ଗଲାଦେଶ, ଆଫଗାନିସ୍ତାନରେ ଧାର୍ମୀକ ଉପôିଡନର ଶୀକାର ହୋଇ ସେଠାରୁ ବିସ୍ଥାପିତ ହୋଇଥିବା ଅଳ୍ପ ସଂଖ୍ୟକମାନଙ୍କୁ ନାଗରିକତା ଦେବା ହେଉଛି ଭାରତୀୟ ଜନତା ପାର୍ଟି ତାର ନିର୍ବାଚନି ସଙ୍କଳ୍ପକୁ ପୁରଣ କରିଛି । ସେହି ତିନୋଟି ଦେଶରେ ଦଶନ୍ଧି ଦଶନ୍ଧି ଧରି ହିନ୍ଦୁ, ବୌଦ୍ଧ, ଶିଖ, ଜୈନ, ପାର୍ସୀ, ଖ୍ରୀଷ୍ଟିୟାନମାନଙ୍କ ଉପରେ ଶାରିରିକ ଓ ମାନସିକ ଅତ୍ୟାଚାର ହେଉଛି । ଆମରି ପଡୋଶୀ ଦେଶମାନଙ୍କରେ ରହୁଥିବା ଅଳ୍ପସଂଖ୍ୟକ ବିଶେଷ ଭାବରେ ହିନ୍ଦୁମାନଙ୍କର ଜବରଦସ୍ତି ଧର୍ମ ପରିବର୍ତନ, ନରସଂହାର, ବଳାକ୍ରାର ଏବଂ ସେମାନଙ୍କ ସମ୍ପତିି ଉପରେ ଜବରଦଖଲ କରାଯାଉଛି । ଏ ସବୁ ସହିଲା ପରେ ଯେବେ ସେମାନେ ନିଜ ଜୀବନ ବଂଚାଇ ଭାରତ ଆସୁଛନ୍ତି ସେତେବେଳେ ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ପ୍ରାଥମିକ ସୁବିଧା ମିଳୁ ପାରୁନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ମାନବାଧିକାର ବିରୋଧର ବିଷୟ । ଭାରତର ନାଗରିକତା ପାଇବା ପାଇଁ ଯଦି ସେମାନଙ୍କ ପାଖେ କିଛି ଦସ୍ତାବିଜ ନାହିଁ , ତା ହେଲେ ସେମାନଙ୍କର ନାଗରିକତା ପାଇବାର ଆଶା ମଉଳି ଯାଉଥିଲା । ଏବେ ସେମାନେ ସେହି ସବୁ ସମସ୍ୟାରୁ ମୁକ୍ତି ପାଇବେ । ବର୍ତମାନ ମୋଦି ସରକାର ନାଗରିକତା ସଂଶୋଧନ ନିୟମ ୨୦୧୯ ସଂସଦରେ ପାରିତ କରି ଗାନ୍ଧିଜୀଙ୍କ ପ୍ରତି ଅସଲ ଶ୍ରଦ୍ଧାଜଂଳି ଦେଇଛନ୍ତି । ଗାନ୍ଧିବାଦୀ ମାନବୀୟତାର ସର୍ବଶ୍ରେÂ ଉଦାହରଣ ମୋଦି ସରକାର ଦେଇଛନ୍ତି । ଏହି ପଦକ୍ଷେପ ଧର୍ମ ଆଧାରରେ ହୋଇଥିବା ବିଭାଜନରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇ ଅତ୍ୟାଚାରିତ ହୋଇଥିବା ସେହି ପିଡିତମାନଙ୍କ ମାନବିକ ଅଧିକାରକୁ ସୁନିଶ୍ଚିନ୍ତ କରିବ । ବଙ୍ଗଳାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରେ ଧାର୍ମିକ ବିଦ୍ୱେଷ କାରଣରୁ ଅମାନବୀୟ ନିର୍ଯାତନାର ଶିକାର ହୋଇଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ଖ୍ରୀଷ୍ଟିୟାନମାନଙ୍କର ସମସ୍ୟାର ସମାଧାନ ପାଇଁ ରାଜନୈତିକ ଇଛାଶକ୍ତି, ଅତୁଟ ପ୍ରତିବଦ୍ଧତା, ପୁର୍ଣ୍ଣ ସମର୍ପଣ, ଦୂରଦର୍ଶିତା ଦେଖାଇବା ସହିତ ରାଜନୈତିକ ଚାପର ଉପରକୁ ଉଠି ସମସ୍ତ ବାଧାକୁ ପଛରେ ପକାଇ କେନ୍ଦ୍ର ସରକାର ଏହି ମହାନ ନିଷ୍ପତି ନେଇଛନ୍ତି । ୧୯୪୭ ମସିହାରେ ଧାର୍ମିକ ଆଧାରରେ ଦେଶ ବିଭାଜନ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିଏଏ ସାହାସିକ ପଦକ୍ଷେପ । କିନ୍ତୁ ବିରୋଧୀ ଦଳ ବିଶେଷ ଭାବରେ କଂଗ୍ରେସ ଦଳ ଅସହିଷ୍ଣୁ ହୋଇ ଦେଶରେ ଅରାଜକତା
ତିଆରି କରିବାର ଅପଚେଷ୍ଟା କରୁଛି । ଏହାକୁ ବିଜେପି ଘୋର ନିନ୍ଦା କରୁଛି । ଗଣତନ୍ତ୍ରରେ ବାଦବିବାଦ, ତର୍କ ବିତର୍କର ସ୍ଥାନ ଅଛି କିନ୍ତୁ ହିଂସାର ସ୍ଥାନ ନାହିଁ । ଯଦି କଂଗ୍ରେସ ଧର୍ମ ଆଧାରରେ ଦେଶର ବିଭାଜନ କରି ନ ଥାନ୍ତା ତେବେ ଏହି ଆଇନର ଆବଶ୍ୟକତା ପଡି ନଥାନ୍ତା । ଭାରତ ବିଭାଜନ ପରେ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପରସ୍ପରଙ୍କ ଦେଶରେ ଥିବା ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ଏକ ଚୁକ୍ତି ହୋଇଥିଲା ଯାହା ନେହରୁ- ଲିଆକତ ଚୁକ୍ତି ନାମରେ ପରିଚିତ । ଏହି ଚୁକ୍ତି ଅନୁସାରେ ଉଭୟ ଦେଶ ନିଜ ନିଜ ଦେଶରେ ରହୁଥିବା ସଂଖ୍ୟାଲଘୁ ମାନଙ୍କ
ବିଷୟରେ ଚିନ୍ତା କରିବେ ବୋଲି କୁହା ଯାଇଥିଲା । ଏହି ଚୁକ୍ତିକୁ ଭାରତ ପାଳନ କଲା ହେଲେ ପାକିସ୍ତାନ ପାଳନ କଲା ନାହିଁ । ଦେଶ ବିଭାଜନ ବେଳେ ପାକିସ୍ତାନରେ ସଂଖ୍ୟାଲଘୁ ମାନଙ୍କ ସଂଖ୍ୟା ୨୩ ପ୍ରତିଶତରୁ ଉର୍ଧ ଥିବା ବେଳେ ସେଠାରେ ଲଗାତାର ଧାର୍ମିକ ଆଧାରରେ ନିର୍ଯ୍ୟାତନା କାରଣରୁ ସଂଖ୍ୟାଲଘୁ ମାନଙ୍କ ସଂଖ୍ୟା ଦୁଇ ପ୍ରତିଶତରୁ କମରେ ପହଂଚି ସାରିଛି । ଦେଶକୁ ଧାର୍ମିକ ଆଧାରରେ ବିଭାଜନ କରା ଯାଇଥିବା କାରଣରୁ ଭାରତରୁ ଅଲଗା ହୋଇ ଇସଲାମୀକ୍ ଦେଶ ନିର୍ମାଣ ହୋଇଥିବାରୁ ସେଠାରେ ଧାର୍ମିକ ଆଧାରରେ ନିର୍ଯ୍ୟାତନାର ଶୀକାର ହେଉଥିବା
ସଂଖ୍ୟାଲଘୁ ମାନଙ୍କୁ ନାଗରିକତା ପ୍ରଦାନ କରିବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା ଭାରତର ନୈତିକଦାୟିତ୍ୱ । ପାକିସ୍ତାନ, ବାଙ୍ଗଲାଦେଶ, ଆଫଗାନିସ୍ତାନ ସାମ୍ବିଧାନିକ ଭାବେ ମୁସଲମାନ ଦେଶ ଅଟେ । ସେଠାରେ ଧର୍ମ ନାମରେ ମୁସଲମାନମାନଙ୍କ ଉପରେ ଉପôିଡନ ହୁଏ ନାହିଁ, ସେଥି ।ଇଁ ସେମାନଙ୍କୁ ଏହି ସଂଶୋଧନ ଆଇନରେ ସାମିଲ କରାଯାଇ ନାହିଁ । ଏହି ଆଇନରେ କେବଳ ଉପ୍ତିଡନର ଶୀକାର ହୋଇଥିବା ବର୍ଗର ଲୋକଙ୍କୁ ସାମିଲ କରାଯାଇଛି,
କାହାପ୍ରତି କୌଣସି ଭେଦଭାବ କରାଯାଇ ନାହିଁ । ୧୯୫୦ ମସିହା ନଭେମ୍ବର ୫ ତାରିଖରେ ଦେଶର ତକ୍ରାଳୀନ ପ୍ରଧାନମନ୍ତ୍ରୀ ସଂସଦରେ କହିଥିଲେ ଯେ ପାକିସ୍ତାନରୁ ଆସୁଥିବା ଶରଣାର୍ଥୀ ମାନଙ୍କୁ ନାଗରିକତା ଦେବା ଭାରତର ଦାୟିତ୍ୱ । ଯଦି ଏପରି କରିବାକୁ ଆଇନରେ ସଂଶୋଧନ
କରିବାକୁ ପଡେ ତାହା ମଧ୍ୟ କରାଯିବ । ତେଣୁ ଇସଲାମୀ ପାକିସ୍ତାନ ଓ ବଙ୍ଗଳାଦେଶରେ ରହି ଯାଇଥିବା ସଂଖ୍ୟାଲଘୁଙ୍କ ପ୍ରତି ଭାରତର ଯେଉଁ ପ୍ରତିବଦ୍ଧତା ବିଭାଜନ ସମୟରେ ରହିଥିଲା, ଏହି ଆଇନ ତାହାକୁ ପୂରଣ କରିଛି । ବିରୋଧୀ ଦଳ ମାନଙ୍କ ପକ୍ଷରୁ ଏପରି ଗୁଜବ ସୃଷ୍ଟି କରା ଯାଉଛି ଯେ ମୁସଲମାନ ମାନଙ୍କଠାରୁ ନାଗରିକତା ଛଡାଇ ନିଆଯିବ । ତେବେ ବିରୋଧୀ ଦଳ ମାନେ ଯେଉଁ ଗୁଜବ ପ୍ରଚାର କରା ଯାଉଛି ସେଥିରେ କୌଣସି ସତ୍ୟତା ନାହିଁ । ନାଗରିକତା (ସଂଶୋଧନ) ବିଧେୟକ (ସିଏଏ), ୨୦୧୯ ଜରିଆରେ ତିନୋଟି ନିର୍ଦ୍ଧିଷ୍ଟ ଦେଶରୁ ଧର୍ମ ଆଧାରରେ ଉପôୀଡ଼ନର ଶିକାର ହୋଇ ଭାରତରେ ଶରଣ ନେଇଥିବା ୬ଟି ସଂଖ୍ୟାଲଘୁ ସମୁଦାୟ ଭାରତୀୟ ନାଗରିକତା ପାଇଁ ଆବେଦନ କରି ।ରିବେ । ଏହି ଆଇନ ଜରିଆରେ କାହାର ନାଗରିକତା ଛିନ୍ନ କରା ଯିବାର ବ୍ୟବସ୍ଥା ନାହିଁ । ଏହି ଭାରତୀୟ ନାଗରିକଙ୍କ ପାଇଁ ଲାଗୁ ହେଉନାହିଁ । ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ତିନୋଟି ପଡେ଼ାଶୀ ଦେଶରେ ଧର୍ମୀୟ ଉପôୀଡ଼ନର ଶିକାର ହୋଇଥିବା ନିର୍ଦ୍ଧିଷ୍ଟ ବିଦେଶୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଏହା ଉଦ୍ଧିଷ୍ଟ । ନାଗରିକତା ସଂଶୋଧନ ବିଧେୟକ -୨୦୧୯ ସିଏଏକୁ ନେଇ କେହି ଭୟଭୀତ ହେବାର କୌଣସି କାରଣ ନାହିଁ । ଆମର ତକ୍ରାଳୀନ ନେତୃତ୍ୱ ବିଭାଜନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ହିଁ ଏହି ଆଇନ ଦ୍ୱାରା ପୂରଣ କରାଯାଇଛି । ଭାରତର ଜଣେ ହେଲେ ନାଗରିକ ଏହା ଦ୍ୱାରା କୌଣସି ପ୍ରକାର ପ୍ରଭାବିତ ହେବାର ଆଶଙ୍କା ନାହିଁ ।
ବିଜେପିର ମୟୂରଭଞ୍ଜ ପୂର୍ବ ଜିଲ୍ଲାର ପୂର୍ବତନ ସଭାପତି ଡ଼ା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜପେିର ସାଙ୍ଗଠନିକ ଜିଲ୍ଲା ପୂର୍ବ ସଭାପତି ତଥା ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ପଶ୍ଚିମ ସଭାପତି ତଥା ବିଧାୟକ ନବ କୁମାର ମାଝି, ନିହାର ମୋଦୀ, ସୁଗଦା ମୁର୍ମୁ, ବିଧାୟକ ଭାସ୍କର ମଢେ଼ଇ, ପୂର୍ବତନ ସଭାପତି ନବୀନ ରାମ, ସୁବାସ ଚନ୍ଦ୍ର ପ୍ରଧାନ, ଛୋଟଲାଲ ମହାନ୍ତ, ପ୍ରଦୀପ ମହାନ୍ତି, ଲକ୍ଷ୍ମୀଧର ହାବଡ଼ା, ଲକ୍ଷବଚ୍ଚ ତ୍ରିପାଠୀ ପ୍ରମୁଖ ବହୁ ଦଳୀୟ ନେତା ଉପସ୍ଥିତ ରହିଥିଲେ ।