ଗଞ୍ଜାମ- ଆସିକା ରୋଡ଼ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚିକାଙ୍କୁ ବିନା କାରଣରେ କାର୍ଯ୍ୟାନ୍ତର କରାଯାଇଥିବାରୁ ଏହାର ପ୍ରତିବାଦରେ ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ବ୍ରହ୍ମପୁର ଗିରିରୋଡ଼ ସ୍ଥିତ ଡ଼ିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୩ ଦିନ ହେଲା ଧାରଣା ଜାରୀ ରହିଛି । ଆଜି ଠାରୁ ଏହା ଆମରଣ ଅନଶନର ରୂପ ନେଇଛି । ଧାରଣା ଦେବା ପରେ ଜଣେ ପାଚିକାଙ୍କୁ କାମ କରିବାକୁ ଅନୁମତି ଦିଆଯାଇଛି । ଦୀର୍ଘ ବର୍ଷ ହେଲା ସ୍କୁଲ୍ ରେ କାମ କରୁଥିବା ଅନ୍ୟ ପାଚିକାଙ୍କୁ ବିନା ନୋଟିସ୍ ରେ କାର୍ଯ୍ୟରୁ ବାଦ୍ ଦିଆଯାଇଛି ବୋଲି ସଂଘ ଅଭିଯୋଗ କରିଛି । କାର୍ଯ୍ୟରୁ ଅନ୍ତର କରାଯାଇଥିବା ପାଚିକାଙ୍କୁ ପୁନଃ କାମ ଦେବାକୁ ଦାବି କରି କରିଛି ସଂଘ ।
Related Stories
November 5, 2024