
କନ୍ଧମାଳ- ଭାରତୀୟ ଜନତା ପାର୍ଟିର ନୂତନ ସଭାପତି ଭାବେ ଜଗନ୍ନାଥ ସାହୁ ମନୋନିତ ହେବା ପରେ ଆଜି ତାଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା । ଗାନ୍ଧିସ୍ମୃତି ଭବନ ପରିସରରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ସମେତ ବିଦାୟୀ ଜିଲ୍ଲା ସଭାପତି, ସାଧାୀରଣ ସମ୍ପାଦକ ଓ ଅନ୍ୟ କର୍ମକର୍ତାମାନେ ଉପସ୍ଥିତ ରହି ସଭାପତି ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀ ସାହୁ ସମସ୍ତ କର୍ମକର୍ତା ଓ କର୍ମୀମାନଙ୍କୁ ଏକଜୁଟ ହୋଇ ହାତକୁ ହାତ ମିଳାଇ କାର୍ଯ୍ୟ କରିବା ସହ ସଂଗଠନକୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ । ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଜିଲ୍ଲାର ୧୧ଟି ମଣ୍ଡଳର ନୂତନ ସଭାପତିମାନଙ୍କ ନାମ ଘୋଷଣା କରିଥିଲେ । ଖଜୁରିପଡା ମଣ୍ଡଳ ପାଇଁ ଦାଶରଥି ସାହୁ, ଚକାପାଦ ପାଇଁ ସରୋଜ କୁମାର ସାହୁ, ଫୁଲବାଣୀ ଟାଉନ ପାଇଁ ସୁଶାନ୍ତ କୁମାର ମହାନ୍ତି, କେ ନୁଆଗାଁ ପାଇଁ ଲମ୍ବୁରା ପ୍ରଧାନ, ତୁମୁଡିବନ୍ଧ ପାଇଁ ନାରାୟଣ ପାତ୍ର, ବାଲିଗୁଡା ଟାଉନ ପାଇଁ ଦିବାକର ସାହୁ, ବାରଖମା ପାଇଁ ଦ୍ୱିଜବର ମଲ୍ଲିକ, ରାଇକିଆ ପାଇଁ ଜାମ୍ବିବା ପ୍ରଧାନ, ପାବୁରିଆ ପାଇଁ ଲଳିତା ପ୍ରଧାନ, ଜି ଉଦୟଗିରି ପାଇଁ ମାୟାବନ୍ଧୁ ପ୍ରଧାନ ଓ ଜି ଉଦୟଗିରି ଟାଉନ ପାଇଁ ଉଦ୍ୟାସନା ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଖାରବେଳ ସ୍ୱାଇଁ କେନ୍ଦ୍ର ସରକାରଙ୍କ ନାଗରିକ ସଂଶୋଧନ ନୀୟମ (ସିଏଏ) ଓ ରଷ୍ଟ୍ରୀୟ ନାଗରିକ ପଂଜିକରଣ(ଏନଆରସି) ଦ୍ୱାରା କେବଳ ପାକିସ୍ତାନ, ବାଙ୍ଗଲାଦେଶ ଓ ଆଫଗାନିସ୍ଥାନରୁ ନିର୍ଜାତିତ ହୋଇ ଆମଦେଶକୁ ଆସିଥିବା ସେ ଦେଶର ସଂଖ୍ୟାଲଘୁଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ ଉଦେ୍ଧଶ୍ୟ, ଦେଶର କୌଣସି ମୁସଲିମ ନାଗରିକଙ୍କ ନାଗରିକତା ରଦ୍ଧ ହେବ ନାହିଁ ବୋଲି କହିଥିଲେ । ହେଲେ କଂଗ୍ରେସ ସମେତ କିଛି ରାଜନୈତିକ ଦଳ ଏହାକୁ ବିଭ୍ରାନ୍ତ କରିବା ସହ ଦେଶରେ ମିଥ୍ୟା ପ୍ରଚାର କରି ଅରାଜକତା ସଷ୍ଟିି କରିବାକୁ ଉଦ୍ୟମ କରୁଛନ୍ତି । ତେଣୁ ଦେଶବାସୀଙ୍କୁ ଏହି ଦୁଇ ଆଇନ ଉପରେ ସଚେତନ କରିବା ପାଇଁ ଦଳ ପକ୍ଷରୁ ସାରା ଦେଶରେ ଅଭିଯାନ ଆରମ୍ଭ ହେବ ବୋଲି କହିଥିଲେ ।