
ସାନଖେମୁଣ୍ଡି: ପୂର୍ବ ନିଷ୍ପତି ପ୍ରକାରେ ସାନଖେମୁଣ୍ଡି ଠିକାଦାର ସମୂହଙ୍କ ଏକ ମିଳିତ ବୈଠକ ଆଜି ଅନୁଷ୍ଠିତ ହୋଇଅଛି। ଆଡ଼ପଡା ସ୍ଥିତ ଇସାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ବୈଠକରେ ବଶିଷ୍ଟ ଠିକାଦାର ତଥା ସମାଜସେବୀ ଶ୍ରୀ ଅଶୋକ କୁମାର ତ୍ରିପାଠୀ ପୌରହିତ କରି ପ୍ରଚଳିତ ନୁଆଁ ଠିକାଦାରୀ ବ୍ୟବସ୍ତାରେ ପଞ୍ଜିକୃତ ଠିକାଦାରଙ୍କ ଦୈନ୍ୟତାକୁ ପରିପ୍ରକାଶ କରିଥିଲେ। ସାନଖେମୁଣ୍ଡି ଅଞ୍ଚଳର ସମସ୍ତ ଠିକାଦାରଙ୍କୁ ସମଭାବାପନ୍ନ ଭାବରେ ଏକତ୍ର ରଖିବାର ଭାବନା ସହ ସମଭାବାପନ୍ନ ଦିଗକୁ ଦୃଷ୍ଟି ରଖାଯିବାକୁ ଅବତାରଣା କରିଥିଲେ। ସରକାରଙ୍କ ଧାର୍ଯ୍ୟ ନୂତନ ପ୍ରକିୟାରେ ଠିକାଦାର ସମାଜକୁ ଅଧୋଗତିକୁ ରୋକଯିବା ନେଇ ସଙ୍ଘ ଗଠନ କରି ମିଳିତ ଉଦ୍ୟମ ଦ୍ୱାରା କାର୍ଯ୍ୟ ହାସଲ କରାଯିବାକୁ ଉପସ୍ଥିତ ସଂକର୍ଷଣ ସ୍ବାଇଁ, ସନ୍ତୋଷ ଜେନା, ଶଙ୍କର୍ଷଣ ଖୁଣ୍ଟିଆ ପ୍ରମୁଖ ନିଜନିଜ ବକ୍ତବ୍ୟ ରଖିଥିଲେ। ପରିବେଶରେ ସମସ୍ତ ସଦସ୍ୟଭୁକ୍ତଙ୍କୁ ନେଇ ନୁଆଁ କରି ଗଠିତ ହୋଇଥିବା ସାନଖେମୁଣ୍ଡି ଠିକାଦାର ସଙ୍ଘର କର୍ମକର୍ତା ନିର୍ବାଚିତ ହୋଇଥିଲେ। ସଭାପତି ଭାବରେ ବଶିଷ୍ଟ ଠିକାଦାର ଶ୍ରୀ ରୋହିତ କୁମାର ଖୁଣ୍ଟିଆ, ଉପସଭାପତି ଶଙ୍କର୍ଷଣ ଖୁଣ୍ଟିଆ, ସମ୍ପାଦକ ଶଙ୍କର୍ଷଣ ସ୍ବାଇଁ, କୋଷଧକ୍ଷ ଭାବେ ଶ୍ରୀ ସନ୍ତୋଷ କୁମାର ଜେନା ଜିଲ୍ଲା ସଂଯୋଜକ ଭାବେ ଶ୍ରୀ ଅଶୋକ କୁମାର ତ୍ରିପାଠୀ ଏବଂ ଉପଦେଷ୍ଟା ଭାବେ ଶ୍ରୀ ମଙ୍ଗୁଲୂ ପାତ୍ର ନିର୍ବାଚିତ ହୋଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭିକାରୀ ରାଉତ, ନରସିଂହ ପାଢ଼ୀ, ଚକ୍ରପାଣି ପଣ୍ଡା, ଜଗନ୍ନାଥ ପଣ୍ଡା, କୃଷ୍ଣଚନ୍ଦ୍ର ସ୍ୱାଇଁ, କାଳିଆ ସାହୁ, ଗଙ୍ଗା ସାହୁ, ନରସିଂହ ସେଠି ପ୍ରମୁଖ ଠିକାଦାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO