ଭୁବନେଶ୍ୱର – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସାଂସ୍କୃତିକ ସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଲୋକସେବା ଭବନ ପରିସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ଶିବିର ରାଜ୍ୟ ରକ୍ତ ସଂ·ରଣ ପରିଷଦ ଓ କ୍ୟାପିଟାଲ୍ ହସ୍ପିଟାଲ୍ ରକ୍ତଭଣ୍ଡାରର ମିଳିତ ସହଯୋଗରେ ଅନୁÂିତ ହୋଇଥିଲା । ଏଥିରେ ୧୩୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରକୁ ନୂତନ ଭାବେ ଯୋଗଦେଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଉଦ୍ଘାଟନ କରିଥିବାବେଳେ ବିଦାୟୀ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଧା ଉପସ୍ଥିତ ଥିଲେ ।
ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ କ୍ୟାପିଟାଲ୍ ହସ୍ପିଟାଲ୍ର ରକ୍ତଭଣ୍ଡାର ଅଧିକାରୀ ଶ୍ରୀ ଦେବାଶିଷ ମିଶ୍ର ପରି·ଳନା କରିଥିବାବେଳେ, ରାଜ୍ୟ ରକ୍ତ ସଂ·ରଣ ପରିଷଦର ସହ-ନିଦେ୍ର୍ଧଶକ ଶ୍ରୀ ସ୍ୱରୂପ କୁମାର ଦାସ ସହାୟତା କରିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସାଂସ୍କୃତିକ ସଂଘର ସଭାପତି ଶ୍ରୀ ନିରଞ୍ଜନ ପଣ୍ଡା ଓ ସଂପାଦକ ଶ୍ରୀ ରଶ୍ମିରଞ୍ଜନ ରଣାଙ୍କ ଉଦ୍ୟମରେ ଶିବିର ଆୟୋଜନ ସଫଳ ହୋଇଥିଲା ।