
ବ୍ରହ୍ମପୁର- ସ୍ଥାନୀୟ ଖୋଡାସିଙ୍ଗି ସ୍ଥିତ ଶ୍ରୀ ମହାବୀର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ନବବର୍ଷ ବୈଠକ ମଞ୍ଚ ସଭାପତି ପ୍ରଫେସର ଡ.ରବି ନାରାୟଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ରାଧାଚରଣ ନାୟକ, ବରିଷ୍ଠ ସଦସ୍ୟ ଭିକାରୀ ଚରଣ ମହାପାତ୍ର ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ସାଧାରଣ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ସ୍ବାଗତ ଭାଷଶ ପ୍ରଦାନ କରି ନବବର୍ଷ ର ଅଭିନନ୍ଦନ ଜ୍ଞାପନ କରିଥିଲେ ଏବଂ ବର୍ତ୍ତମାନ ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ନାଗରିକତା ବିଲ୍ ସମ୍ପର୍କରେ ଆଗାମୀ ବୈଠକରେ ଆଲୋଚନା କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ସର୍ବସମ୍ମତି କ୍ରମେ ଗୃହିତ କରାଯାଇଥିଲା। ସଭାପତି ଡ.ମିଶ୍ର ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରି ପୋଲିସ ପ୍ରଶାସନ ତରଫରୁ ପରିଚୟ ପ୍ରଦାନ କରାଯାଉ ବୋଲି ଗୁରୁତ୍ୱ
ଆରୋପ କରିଥିଲେ। କାର୍ଯ୍ୟକାରୀ ସଭାପତି ଶ୍ରୀ ନାୟକ କହିଥିଲେ ଯେ, ପ୍ରଶାସନ ତରଫରୁ ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି, ପୁଣିଥରେ ପ୍ରଦାନ କରାଯିବ। ଏଥିପାଇଁ ଆମ ମାନଙ୍କୁ ପୋଲିସ ଥାନାରେ ଦରଖାସ୍ତ କରିବାକୁ ହେବ ଏବଂ ମଞ୍ଚ ତରଫରୁ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ସମାଧାନ କରାଯିବ।
ଏହିଅବସରରେ ମଞ୍ଚର ସଦସ୍ୟ ପଣ୍ଡିତ ଜ୍ୟୋତିର୍ବିତ୍ ଶିଶିର କୁମାର ଶତପଥୀ ଆମ ଜୀବନ ଶୈଳୀ ଓ ଆଧ୍ୟାତ୍ମିକତା ସମ୍ପର୍କରେ ବୈଦିକ ଶ୍ଳୋକ ଉଚ୍ଚାରଣ କରିଥିଲେ। ଅନୁଷ୍ଠିତ ସଭାରେ ଉପସଭାପତି ଗୋପାଳକୃଷ୍ଣ ପାଢ଼ୀ, କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀ, ସଂଗଠନ ସମ୍ପାଦକ ଚିତ୍ତ ରଞ୍ଜନ ପଣ୍ଡାଙ୍କ ସମେତ ଡାକ୍ତର ପ୍ରାଣଚାନ୍ଦ ପଣ୍ଡା, ସୁବାଷ ଚନ୍ଦ୍ର ସୁବୁଦ୍ଧି, ଲଡୁକେଶ ମିଶ୍ର, ଇଂ. ରାମାନନ୍ଦ ପଟ୍ଟନାୟକ, ଇଂ. ଡିଲେଷୁ ରେଡ୍ଡି, ବିଚିତ୍ରାନନ୍ଦ ବେବର୍ତ୍ତା, ରାମକୃଷ୍ଣ ଆଚାରୀ, ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର, ଶ୍ରୀମତୀ ଅନୁରାଧା ପଟ୍ଟନାୟକ, ଶ୍ୟାମା ପ୍ରସାଦ ପାଢ଼ୀ, ବି.ରାଜେନ୍ଦ୍ର ରାଓ, ତ୍ରିନାଥ ପଣ୍ଡା, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମାଳି, ଶ୍ରୀମତୀ କୁମୁଦିନୀ ଶ୍ରୀପଲ୍ଲବ ପ୍ରମୁଖ ଯୋଗଦାନ କରିଥିଲେ। ଶେଷରେ ବରିଷ୍ଠ ସଦସ୍ୟ ହାଡ଼ିବନ୍ଧୁ ମାଳି ଧନ୍ୟବାଦ ଅର୍ପଣ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO