ଭୁବନେଶ୍ୱର, ଓଡିଶାରୁ ରାଜ୍ୟସଭା ପାଇଁ ପୁନର୍ବାର ପ୍ରାର୍ଥୀ ଭାବେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଘୋଷଣା କରାଯିବା ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପାର୍ଟୀର କେନ୍ଦ୍ରୀୟ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଭୁବନେଶ୍ୱରରେ ପହଂଚିବା ପରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ କହିଛନ୍ତି,
ଭାରତୀୟ ଜନତା ପାର୍ଟି ର ମୁଁ ଜଣେ ଶୃଙ୍ଖଳିତ କର୍ମୀ । ମୋର ସାର୍ବଜନୀକ ଜୀବନ ନିଷ୍ପତି ପାର୍ଟି ନେଇଥାଏ । ଜନ ସାଧାରଣ ଙ୍କ ସେବା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋତେ ପୁଣି ଥରେ ସୁଯୋଗ ଦେଇଛନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ଙ୍କୁ ମୁଁ ଧନ୍ୟବାଦ ଦେଉଛି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଆର୍ଶୀବାଦ ଭିକ୍ଷା କରୁଛି ।