କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ କୁତରଙ୍ଗ ଗ୍ରାମର ଜଣେ ଅଭିଯୁକ୍ତକୁ ପୋଲିସ୍ ଧରି ନେବାର ୪ ଦିନ ପରେ ମଧ୍ୟ ତାହାର କୈାଣସି ସନ୍ଧାନ ମିଳୁନାହିଁ । ତାଙ୍କୁ ଜିବୀତ ଅବା ମୃତ ଅବସ୍ଥାରେ ହାଜର କରାଇବା ପାଇଁ ଅଭିଯୁକ୍ତଙ୍କ ପତ୍ନୀ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନିବେଦନ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଗତମାସ ୩୦ ତାରିଖ ଦିନ ପୋଲିସ୍ ଗିରଫ କରି ନେଇଥିବାବେଳେ ବର୍ତମାନ ତାହାର ପତା ମିଳୁନାହିଁ । ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ପୋଲିସ୍ ଆସାମୀ ଫେରାର୍ ହୋଇଯାଇଥିବା କହୁଥିବାବେଳେ ତାଙ୍କୁ ଜିବିତ ବା ମୃତ ଅବସ୍ଥାରେ ହାଜର କରାଇବା ପାଇଁ ଅଭିଯୁକ୍ତର ପତ୍ନୀ ଝିଲ୍ଲି ମଲ୍ଲିକ ଦାବି କରିବା ସହ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରି ସ୍ୱାମୀକୁ ଫେରି ପାଇବା ପାଇଁ ଦାବି ଜଣାଇଛନ୍ତି । ଅଭିଯୋଗ ମୁତାବକ କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅଧିନ କୁତରଙ୍ଗ ଗ୍ରାମର ପ୍ରହଲ୍ଲାଦ ମଲ୍ଲିକଙ୍କ ପୁଅ ସନ୍ତୋଷ ମଲ୍ଲିକଙ୍କୁ ୩୦.୧୨.୨୦୧୯ ରିଖ କହୁଣିଆ ଢିହପାଖ ଛକ ପାଖରେ କେନ୍ଦ୍ରାପଡା ସ୍ପେଶାଲ୍ ସ୍କ୍ୱାର୍ଡ ପକ୍ଷରୁ ଗିରଫ କରାଯାଇଥିଲା । ପୋଲିସ୍ ମାଡ ଫଳରେ ସନ୍ତୋଷର ହାତ ଭାଙ୍ଗିଯିବା ସହ ଶରୀର ରକ୍ତାକ୍ତ ହୋଇଯାଇଥିଲା । ପୋଲିସ୍ ତାଙ୍କୁ ଧରିନେବାର ୪ ଦିନ ହେଉଥିଲେ ମଧ୍ୟ କୈାଣସି ଖୋଜ୍ ଖବର ମିଳୁନାହିଁ । ସନ୍ତୋଷଙ୍କ ପତ୍ନୀ ଝିଲ୍ଲି ମଲ୍ଲିକ ଓ ପିତା ପ୍ରହଲ୍ଲାଦ ମଲ୍ଲିକ ଏନେଇ ବାରମ୍ବାର ଥାନାକୁ ଦୈାଡି ଓ ଏସ୍ପିଙ୍କୁ ଭେଟି ସନ୍ତୋଷର ବୁଝାବୁଝି କରିବାପରେ ଆସାମୀ ଫେରାର୍ ହୋଇଯାଇଛି ବୋଲି ପୋଲିସ୍ ସୂଚନା ଦେଇଥିବା ଜଣାପଡିଛି । ଏହାକୁ ଅବିଶ୍ୱାସ କରି ଝିଲ୍ଲି ମଲ୍ଲିକ ତାଙ୍କ ସ୍ୱାମୀକୁ ଜିବିତ ଅବା ମୃତ ଅବସ୍ଥାରେ ତାଙ୍କୁ ଦେଖାଇବା ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କ ନିକଟରେ ଦାବି କରିଛନ୍ତି ।