
ଭଦ୍ରକ- ବାପୁ ଫ୍ରେଣ୍ଡସ୍ କ୍ଲବ୍ ଆନୁକୂଲ୍ୟରେ ୫ମ ବାପୁ ମୋମୋରିଆଲ ଟି-୨୦ କ୍ରିକେଟ ଟୁର୍ଣ୍ଣାମେ ଆଜି ଚରµା ଜାଭିୟର୍ସ ସ୍ମୁଲ ନିକଟସ୍ଥ କ୍ରୀଡ଼ାଙ୍ଗନ ଠାରେ ଉଦଘାଟିତ ହୋଇଯାଇଛି। ଉକ୍ତ ଟୁାମେକୁ ମୁଖ୍ୟ ଅତିଥି ଭାବେ େଯାଗଦେଇ ବରିଷ୍ଠ ନାଗରିକ ଗୌରହରି ଦାସ ଓ ସୁବ୍ରତ ଦାସ ଉଦଘାଟନ କରିଥିଲେ। ଆଜି ଖେଳାଯାଇଥିବା ଦୁଇଟି ମ୍ୟାଚରେ ତଳାଙ୍ଗର ଜେଏମସିଟି କ୍ରିକେଟ କ୍ଲବ ଓ କ୍ରେଜି ଇଲେଭେନ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ ଜେଏମସିଟି ଓ ଭଦ୍ରକ ବାଇପାସର ସାଳନ୍ଦୀ କ୍ଲବ ମଧ୍ଯରେ ଖେଳାଯାଇଥିଲା। ଜେଏମସିଟି ପ୍ରଥମେ ଟସ ଜିଣି ବ୍ୟାଟିଂ କରି ବିଶ୍ବନାଥ ବାରିକଙ୍କ ୫୧ ରନ ସହାୟତାରେ ନିଦ୍ର୍ଧାରିତ ୧୫ ଓଭରରେ ଓ୍ବିକେଟ ହରାଇ ୧୯୭ ରନ କରିଥିଲା। ଏହାର ଜବାବରେ ସାଳନ୍ଦୀ କ୍ଲବ ୧୦୪ରନ କରି ପରାସ୍ତ ହୋଇଥିଲା। ଅଲରାଉଣ୍ଡ ସାଫଲ୍ୟ ପାଇଁ ପ୍ରଭାତ ମଲ୍ଲିକ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଦ୍ବିତୀୟ ମ୍ୟାଚଟି ବାରିକଛକ କ୍ରେଜି ଇଲେଭେନ ଓ ଅନ୍ନପାଳ ଫୁରିଅସ୍ ଆଟାକ ମଧ୍ଯ ଖେଳାଯାଇଥିଲା। ଟସ ଜିଣି ପ୍ରଥମେ ବ୍ୟାଟିଂ କରି କ୍ରେଜି ଇଲେଭେନ ୪ଓ୍ବିକେଟ ହରାଇ ୨୭୯ ରନ ସଂଗ୍ରହ କରିଥିଲ। ଦଳ ପକ୍ଷରୁ ଇମ୍ରାନ ଖାନ ୧୧୨ ଓ ରିଆଜ ଖାନ ୪୯ରନସଂଗ୍ରହ କରିଥିଲେ। ଏହାର ଜବାବରେ ଫୁରିଅସ ଆଟାକ ଦଳ ୧୧୧ରନ କରି ପରାସ୍ତ ହୋଇଥିଲା। ଇମ୍ରାନ ଖାନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଉକ୍ତ ଦୁଇ ମ୍ୟାଚକୁ ଇଶ୍ବର ରାଓ, ମାନସ ଘଡ଼ାଇ ପରିଚାଳନା କରିଥିବାବେଳେ, ରାଜେଶ ନାୟାର ସ୍କୋରର ଦାୟିତ୍ବ ତୁଲାଇଥିଲେ। ରଂଜିତ ଦାସ, ଭବାନୀ ମହାପାତ୍ର, ରାଜେଶ ଦାସ, ଦେବାଶିଶ ସାହୁ, ଟି ଶିବା, ଲାକ୍ଷାଦିପ ଦାସ, ସୁଦିପ୍ତ ପଟ୍ଟନାୟକ, ବାପି ସ୍ବାଇଁ, ସଂଜିତ ଦାସ, ପ୍ରିୟବ୍ରତ ଛତାର, ମ୍ୟାଚ ପରିଚାଳନାରେ ସହେଯାଗ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO