ଭୁବନେଶ୍ୱର– କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ନୀତି ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନମାନଙ୍କର ମିଳିତ ମଂଚ ତରଫରୁ ଫେବୃୟାରୀ ୧୬ ତାରିଖ ଯେଉଁ ଧର୍ମଘଟ ତଥା ଗ୍ରାମୀଣ ଭାରତ ବନ୍ଦର ଡାକରା ଦିଆଯାଇଛି ତାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସମର୍ଥନ କରିବା ସଙ୍ଗେ ସଙ୍ଗେ ଓଡ଼ିଶାରେ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ଆହ୍ୱାନ ଦେଇଛି ।
ସିପିଆଇର ରାଜ୍ୟ ସମ୍ପାଦକ ଅଭୟ ସାହୁ ଏକ ବିବୃତିରେ ସିପିଆଇର ସମସ୍ତ ଜିଲ୍ଲା, ଜୋନ୍ ଶାଖା କମିଟିମାନେ ଏହି ଧର୍ମଘଟକୁ ସଫଳ କରିବା ପାଇଁ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରିବା ସହିତ ସିପିଆଇର ସମସ୍ତ ସଦସ୍ୟ ଏଥିରେ ସାମିଲ ହେବା ପାଇଁ ନିବେଦନ କରିଛନ୍ତି ।