କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଭାରତ ବିକାଶ ପରିଷଦ ସମାଜର ପ୍ରବୃଦ୍ଧ ଓ ସମ୍ପନ୍ନ ବୁଦ୍ଧିଜୀବୀ ମାନଙ୍କର ଏକ ଅଣ ରାଜନୈତିକ, ସଂସ୍କାର ଯୁକ୍ତ ପାରିବାରିକ ସେବା ସଙ୍ଗଠନ। ୧୬ଟି ଜିଲ୍ଲାକୁ ନେଇ ଗଠିତ ଓଡ଼ିଶା ପୂର୍ବପ୍ରାନ୍ତର ଶ୍ରୀକ୍ଷେତ୍ର ଶାଖା ଓ ବରୁଣେଇ ଶାଖାର ଶୁଭ ଉଦଘାଟନ ସ୍ଥାନୀୟ ତ୍ରିମୂର୍ତ୍ତି ହାଇଟ୍ସ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଦୁଇଟି ନୂତନ ଶାଖାକୁ ଭାରତ ବିକାଶ ପରିଷଦର ପୂର୍ବକ୍ଷେତ୍ର ମହାସଚିବ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଓ ପ୍ରାନ୍ତୀୟ ଅଧ୍ୟକ୍ଷ ସତ୍ୟବାଦୀ ଦାଶ ଚାର୍ଟର ପ୍ରଦାନ କରି ଶୁଭ ଉଦ୍ଘାଟନ କରିଛନ୍ତି । ପ୍ରାନ୍ତୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟବାଦୀ ଦାଶ ସଭାରେ ଅଧ୍ୟକ୍ଷତା କରିବାସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶାଖା ଦ୍ଵୟର ସମ୍ମାନନୀୟ ଅଧ୍ୟକ୍ଷ, ସଚିବ ଓ କୋଷାଧ୍ୟକ୍ଷଙ୍କୁ ପ୍ରାନ୍ତୀୟ ଅଧ୍ୟକ୍ଷ ଶପଥ ପାଠ କରାଇ ନୂତନ ଦାଇତ୍ୱ ପ୍ରଦାନ କରିଥିଲେ। ଶ୍ରୀକ୍ଷେତ୍ର ଶାଖା, ପୁରୀ ର ଅଧ୍ୟକ୍ଷ ଭାବରେ ଡ଼ଃ କମଳେସ ପ୍ରଧାନ, ସଚିବ ଭାବରେ ବିଶ୍ୱ ଶାନ୍ତି ତ୍ରିପାଠୀ, ଅର୍ଥ ସଚିବ ଭାବରେ ସୌରଭ ଦାସ ଦାୟୀତ୍ୱ ଗ୍ରହଣ କରିଛନ୍ତି । ସେହିପରି ବରୁଣେଇ ଶାଖା ଖୋର୍ଦ୍ଧା, ଅଧ୍ୟକ୍ଷ ଭାବରେ ପ୍ରାଧ୍ୟାପକ ଅଜୟ ମିଶ୍ର, ସଚିବ ଭାବରେ ପ୍ରବୀଣା ପଟ୍ଟନାୟକ , ଅର୍ଥ ସଚିବ ଭାବରେ ରୋଜାଲିନ ପଣ୍ଡା ଙ୍କୁ ଦାୟୀତ୍ୱ ମିଳିଛି ।
ଏହି ଶାଖା ଦ୍ବୟ ସମାଜର ସମ୍ପନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସଙ୍ଗଠିତ କରି ଗରିବ ପଛୁଆ ବର୍ଗର ଅବହେଳିତ ବ୍ୟକ୍ତିମାନଙ୍କର ସେବାରେ ନିୟୋଜିତ ରହିବେ । ରକ୍ତହୀନତା ଓ କୁପୋଷଣର ମୂଳତ୍ପାଟନ ପାଇଁ କାର୍ଯ୍ୟ କରିବେ।
ଅତିଥି ଭାବେ ପ୍ରାକ୍ତନ କୁଳପତି ହରିହର ହୋତା, , ମହିଳା ଓ ବାଲ ସଂସ୍କାରର କ୍ଷତ୍ରିୟ ସଚିବ ସୁପ୍ରିତ ରଥ, କ୍ଷେତ୍ରୀୟ ମହାସଚିବ ପୁର୍ଣ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ମାର୍ଗଦର୍ଶନ କରିଥିଲେ।
ଶାଖା ପଦାଧିକାରୀ ମାନଙ୍କୁ ଚାର୍ଟର ,ଉତ୍ତରୀୟ ଏବଂ ଲ୍ୟାପଲ ପିନ ଦେଇ ସମ୍ମାନିତ କରାଯାଇଥିଲା।
। ସଙ୍ଗଠନ ସଚିବ ସୌମେନ୍ଦ୍ର ଦାସ ମଞ୍ଚ ସଂଯୋଜନା କରିଥିଲେ। ସର୍ବଶ୍ରୀ ଜୟନ୍ତୀ ମହାମାପାତ୍ର,ନିମାଇଁ ଚରଣ ସାହୂ,ସନ୍ତୋଷ କୁମାର ମହାନ୍ତି,ପତିତପାବନ ସାମନ୍ତରାୟ, ସୁଶ୍ରୀ ତପସ୍ୱିନୀ ଦାସ ପ୍ରମୁଖଙ୍କ ସହଯୋଗରେ ଶାଖା ସ୍ଥାପନ ଉତ୍ସବଟି ସମାପନ ହୋଇଥିଲା। ରାମ ଚନ୍ଦ୍ର ଦଲାଇ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର ପ୍ୟାରୀମୋହନ ପଟନାୟକ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ସମୂହ ବନ୍ଦେ ମାତରଂ ଏବଂ ଶେଷ ରେ ରାଷ୍ଟ୍ରଗାନ ଗାନ କରା ଯାଇଥିଲା।