ଭୁବନେଶ୍ୱର- “ଆମେ ଭାରତବାସୀ ” ଅନୁÂାନ ତରଫରୁ ନୂଆ ବର୍ଷ ୨୦୨୦କୁ ସ୍ୱାଗତ କରିବା ସହିତ ସମ୍ବିଧାନ ସୁରକ୍ଷା ପାଇଁ ସଙ୍କଳ୍ପ ଗ୍ରହଣ କରାଯାଇଛି । ସି.ପି.ଆଇ.(ଏମ୍) ରାଜ୍ୟ ଅଫିସ୍ ସମ୍ମୁଖରେ ବରିÂ ନେତା ଜନାର୍ଦ୍ଧନ ପତିଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସ୍ୱାଧୀନ ପଟ୍ଟନାୟକ, ଅବସର ପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଡଃ ବିବେକାନନ୍ଦ ପଟ୍ଟନାୟକ, ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସମ୍ପାଦକ ଡଃ ଅଶ୍ୱିନୀ କୁମାର ମିଶ୍ର ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ମାନ୍ୟଗଣ ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ ଆଜି ଭାରତର ସମ୍ବିଧାନ ସୁରକ୍ଷିତ ନୁହେଁ, ଧର୍ମ ନିରପେକ୍ଷତା ଏବଂ ଭାଇଚାରା ଉପରେ ଆଘାତ ଆସିଛି । ନାଗରିକତା ସଂଶୋଧନ ଆଇନ ନାମରେ ଦେଶବାସୀଙ୍କୁ ବିଭାଜନ କରାଯାଉଛି । ଜନସାଧାରଣଙ୍କର ଜୀବନ ଜୀବିକାର ସମସ୍ୟାକୁ ସମାଧାନ କରିବା ପରିବର୍ତେ ଅଧିକ ଆର୍ଥିକ ଦୁର୍ଗତି ଭିତରକୁ ଠେଲି ଦିଆଯାଉଛି । ୨୦୨୦ ନବ ବର୍ଷର ଆହ୍ୱାନ ହେଉଛି ସମ୍ବିଧାନର ସୁରକ୍ଷା, ନାଗରିକ ଅଧିକାରର ସୁରକ୍ଷା, ଦେଶବାସୀଙ୍କ ମଧ୍ୟରେ ବ୍ୟାପକ ଏକତା ଗଢିବା ଏବଂ ଆର୍ଥିକ ଦୁର୍ଗତିରୁ ଲୋକଙ୍କୁ ମୁକ୍ତ କରିବା ପାଇଁ ସଂଘର୍ଷକୁ ଆଗେଇ ନେବା ।
ଏହି ଅବସରରେ ସମ୍ବିଧାନର ମୁଖବନ୍ଧକୁ ସମବେତ ଜନତା ପାଠ କରି ସଂକଳ୍ପ ଗ୍ରହଣ କରିଥିଲେ । ବିର୍ସାମୁଣ୍ଡା ସାଂସ୍କୃତିକ ପରିଷଦ ତରଫରୁ ସ୍ୱାଗତ ସଙ୍ଗୀତ ଏବଂ ଆଦିବାସୀ ନାଚ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦୁଷ୍ମନ୍ତ କୁମାର ଦାସ, ସୁରେଶ ପାଣିଗ୍ରାହୀ, ସାଲ ମାର୍ଣ୍ଡି, ସତ୍ୟବ୍ରତ ମହାପାତ୍ର, ପ୍ରଭାତ ପାଣିଗ୍ରାହୀ, ପ୍ରଦୀପ୍ତ ନାୟକ, ସ୍ୱୟଂପ୍ରଭା ପାଢୀ, ପ୍ରଣତୀ ସାହୁ, ଚାମ୍ବରୁ ସୋରେନ୍ , ବିପ୍ଳବ ମିଶ୍ର, ରବିନ୍ଦ୍ର ଟୁଡୁ, ଜୟପ୍ରକାଶ ଭଞ୍ଜଦେଓ, ଶିବ ଶଙ୍କର ସୋରେନ୍ , ରାଜ କୁମାର ରଇତ ଏବଂ ମାଧବ ବରାଳ ପ୍ରମୁଖ ବହୁ ସାମାଜିକ କର୍ମୀ ଅଂଶଗ୍ରହଣ କରିଥିଲେ । ମନୋଜ ଭୁୟାଁ , ରବି ଭୁୟାଁ ଏବଂ ୟୁ.ଏସ୍.ବିବେକାନନ୍ଦ ପ୍ରମୁଖ ଅନୁÂାନକୁ ସହଯୋଗ କରିଥିଲେ ।
୨୦୨୦ ହେଉ ସତ୍ୟ ଓ ନ୍ୟାୟ ପାଇଁ ସଂକଳ୍ପ ଏବଂ ସଂଗ୍ରାମର ବର୍ଷ ର ବାର୍ତା ଦିଆଯାଇ ସମାପ୍ତ ହୋଇଥିଲା ।