
ଭଦ୍ରକ – େଯାଗାଣ ବିଭାଗ ଓ ଅସାଧୁ ବେପାରୀଙ୍କ ମଧ୍ଯରେ ଚାଲିଥିବା ମଧୁଚନ୍ଦ୍ରିକା େଯାଗୁଁ ଭାଗଚାଷୀ ବଳି ପଡୁଛନ୍ତି। ଏଥିନେଇ ସରକାରଙ୍କ ହସ୍ତକ୍ଷେପ ଦାବି ଜୋର ଧରିଛି। ଯାହା ଜଣାଯାଏ ଚାଷୀଙ୍କ ଭାବାବେଗ ସହିତ ଅସଲ ଧାନ ବେପାରୀମାନେ ଖେଳ ଖେଳିଚାଲିଛନ୍ତି। ଧାନବିଲ ଓ ଖଳାରୁ ଶାଗ ମାଛ ଦରରେ ଧାନ କିଣି ବାହାର ରାଜ୍ୟକୁ ପଠାଯାଉଛି। ଦୈନିକ ଏହି ଜିଲାରୁ ଶହ ଶହ ଟ୍ରିପ୍ ଧାନ ବାହାର ରାଜ୍ୟକୁ ଚାଲାଣ ହେଉଥିବାବେଳେ ଧର୍ମକୁ ଆଖôଠାର ସ୍ବରୂପ ପ୍ରଶାସନ ପକ୍ଷରୁ ଚାଲିଛି ଯା। ଇତିମଧ୍ଯରେ ଜିଲାପାଳଙ୍କ ନିଦ୍ର୍ଧେଶ କ୍ରମେ ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ଏକ ଧାନବୋଝେଇ ଟ୍ରକ୍କୁ ଗତ ସୋମବାର ଦିନ ଜବତ କରି େଯାଗାଣ ବିଭାଗକୁ ହସ୍ତାନ୍ତର କରିଥିଲେ ମଧ୍ଯ ଏପର୍ଯ୍ୟନ୍ତ ଏହାର ତଦନ୍ତ ସରୁନାହó। ନାମକୁ ମାତ୍ର ବ୍ଲକ୍ େଯାଗାଣ ନିରୀକ୍ଷିକା ଉକ୍ତ ଧାନବୋଝେଇ ଟ୍ରକ୍ ପାଖକୁ ଯାଇ ବୁଲି ଆସିଥିବାବେଳେ ଧାନ କେଉଁଚାଷୀର ଓ ଏହାର ବେପାରୀ କିଏ ସେ ଗୁମର ଏପର୍ଯ୍ୟନ୍ତ ଫିଟିପାରିଲା ନାହó। ଅପରପକ୍ଷେ କେତେକ ବେପାରୀ ବ୍ଲକ୍ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଗାଡିକୁ ମୁକୁଳାଇବା ଲାଗି ଗୁହାରି କରିଥିବାର ବିଷୟ ଚଚ୍ର୍ଚାକୁ ଆସିଛି। ଗୋଟିଏ ପଟେ ତହସିଲଦାରଙ୍କ ଏପରି ସାମୂହିକ ପଦକ୍ଷେପକୁ କେତେକ ସ୍ଥଳରେ ସ୍ବାଗତ କରାଯାଇଥିବାବେଳେ ଏହା ନିୟମିତ ଜାରି ରହିଲେ, ସଂପୂର୍ଣ୍ଣ ଚୋରା ବେପାର ବନ୍ଦ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି। ଇତିମଧ୍ଯରେ ବାହାରକୁ ଧାନ ଚାଲାଣ ବନ୍ଦ ମଧ୍ଯ ହୋଇପାରିନାହó। ପ୍ରତି ଛକ ବଜାର ଓ ଗାଁ ଗଣ୍ଡାରୁ ଟ୍ରିପ୍ ଟ୍ରିପ୍ ଧାନ ବାହାରକୁ ଚାଲାଣ କରାଯାଉଛି। ଚାରିଆଡେ ଅସାଧୁ ବେପାରୀ ଓ ଦଲାଲମାନେ ଘୁରି ବୁଲୁଥିବାବେଳେ କ କୁ ଖ କରିବାରେ ସିଦ୍ଧହସ୍ତ ଏହି ଚୋରା ଚାଲାଣକାରୀ େଯାଗାଣ ବିଭାଗକୁ କରାୟତ କରିବାରେ ବି ପଛେଇ ନାହାଁନ୍ତି। େଯନେ ତେନ ପ୍ରକାରରେ ଜିଲା ପ୍ରଶାସନର ହୁଇପ୍ ଜାରିରୁ ମୁକୁଳିବା ଲାଗି ମଧ୍ଯ ଚାଲିଛି ଛକାପƒା। ଅନ୍ୟପଟେ ଭାଗଚାଷୀ ସରକାରଙ୍କୁ ସିଧାସଳଖ ଦରରେ ଧାନ ବିକ୍ରୟ କରିବାରେ ସଂପୂର୍ଣ୍ଣ ଅକ୍ଷମ ହୋଇଛନ୍ତି। ନା ସେମାନଙ୍କର ରହିଛି ଚାଷୀକାର୍ଡ। ନା ଜମିଜମା ରେକର୍ଡ। ଏଭଳି ସମସ୍ୟାର ସମାଧାନ ପାଇଁ ସରକାରୀ ସ୍ତରରେ କୌଣସି ଆଇନ୍ ମଧ୍ଯ ପ୍ରଣୟନ କରାଯାଇନାହó। ଜମିର ପ୍ରକୃତ ମାଲିକ ଅଧିକାଂଶ ସ୍ଥଳରେ ନିଜେ ଚାଷ ନକରି ଭାଗ ବଖରା ଦେଇଥାଏ। ଭାଗଚାଷୀମାନେ ଧାର କରଜ କରି ଧାନ ଅମଳ ପରେ ବାଧ୍ଯହୋଇ ବେପାରୀଙ୍କ ଜରିଆରେ ଧାନ ବିକ୍ରୟ କରିଥାନ୍ତି। ହେଲେ ସରକାରଙ୍କ ଧାର୍ଯ୍ୟ ଦର ଠାରୁ କ୍ବିାଲ ପିଛା ପ୍ରାୟ ୭ ଶହ ଟଙ୍କା କ୍ଷତି ସହିବାକୁ ପଡୁଛି। ସେହିପରି ଅନ୍ଲାଇନ୍ କରିନଥିବା ଚାଷୀ କିମ୍ବା ତାହା କରିଥିଲେ ମଧ୍ଯ ପ୍ରଶାସନ ପକ୍ଷରୁ ଯା ହୋଇନଥିବା ଚାଷୀମାନେ ମଧ୍ଯ ସମଦଶା ଭୋଗୁଛନ୍ତି। ଯାହାର ଭରପୁର ଫାଇଦା ଉଠାଉଛନ୍ତି ଅସାଧୁ ବେପାରୀମାନେ। ଏହି ଅସାଧୁ ବେପାରୀମାନେ େଯାଗାଣ ବିଭାଗ ସହିତ ମଧୁଚନ୍ଦ୍ରିକା ସଂପର୍କ ସ୍ଥାପନ କରି ବାହାର ରାଜ୍ୟକୁ ଧାନ ଚାଲାଣ କରିବାରେ ସକ୍ଷମ ହେଉଛନ୍ତି। ସବୁଠୁ ବଡକଥା ହେଉଛି ଚାଷୀ, ସମବାୟ ସମିତି ଓ ମିଲରଙ୍କ ମଧ୍ଯରେ ସମନ୍ବୟର ଅଭାବ େଯାଗୁଁ ମଧ୍ଯ ଧାନ ଲିଫ୍ଝ କାର୍ଯ୍ୟ ପ୍ରାୟତଃ ବାଧାପ୍ରାପ୍ତ ହେଉଛି। ଧାନର ମାନ ଖରାପ ବୋଲି କହି ମିଲରମାନେ ଧାନ ନେଉନାହାଁନ୍ତି। ଯାହା ଶୀତ, କାକର ଓ ଖରାରେ ପଡି ନଷ୍ଟ ହେବାକୁ ଯାଉଛି। ଏପରିକି କେତେକ ଚାଷୀ ମଧ୍ଯ ସମିତିରେ ଧାନ ଦେବା ପରେ ଘରକୁ ତାହା ଫେରାଇ ଆଣୁଛନ୍ତି। ଦିନକୁ ଦିନ ମିଲରମାନଙ୍କ ଅସହେଯାଗ ମଧ୍ଯ ଚାଷୀଙ୍କୁ ଅଧିକ ଖଚ୍ର୍ଚାନ୍ତ କରୁଛି। ଧାନ ବ୍ୟାଙ୍କ ଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ଚାଷୀ ହାତରୁ ଖଚ୍ର୍ଚ କରୁଛି। ଯାହାଫଳରେ ଚାଷୀମାନେ ସମବାୟ ସମିତିରୁ ମୁହଁ ଫେରାଇ ନେବାକୁ ବାଧ୍ଯ ହେଉଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO