![](https://indokalingtimes.com/wp-content/uploads/2019/09/IKT-logo-3.jpg)
ଖଲ୍ଲିକୋଟ- ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲିଗ୍ରାମର ମହାନ୍ତି ସାହିରେ ଜଣେ ବାପା ଅତ୍ୟଧିକ ମଦ୍ୟପାନ କରି ପାଇଶାଚୀକ ଭାବେ ନିଜର ଜନ୍ମିତା ନାବାଳିକା ଦିବ୍ୟଙ୍ଗ ଝିଅକୁ ଦୁଷ୍କର୍ମ ଆଚରଣ କଟିଥିବା କଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁଯାଇ ଏହିଥାନା ଅନ୍ତର୍ଗତ ଚିକିଲି ଗ୍ରାମର ମହାନ୍ତି ସାହି ନିବାଶି ଗୋବିନ୍ଦ ଗୌଡ଼ 48 ନାମକ ଜଣେ ବ୍ୟକ୍ତି ଗତ11ତାରିଖ ସନ୍ଧ୍ୟା ପ୍ରାୟ 8 ଘଟିକା ସମୟରେ ସାନ ଝିଅ ଦଶମ ଶ୍ରେଣୀ ଟ୍ୟୁସନ କୁ ଯାଇଥିବାର ଜାଣି ଓ ଘରେ କେହି ନଥିବାର ସୁଯୋଗ ନେଇ ନିଜର 16 ବର୍ଷର ଦିବ୍ୟଙ୍ଗ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କାରୀଥିଲା । ପରେ ନାବାଳିକା ଜଣକ ପାଟି କରିବାରୁ ଗ୍ରାମର ସ୍ୱୟଂ ସହାୟକଙ୍କ ଗୋଷ୍ଠୀର ମହିଳା ମାନଙ୍କ ସହ ପିଡିତାଙ୍କ ମାଇଁ ସଠାରେ ପହଂଚିବା ପରେ ପିଡ଼ିତା ଜଣଙ୍କ ଠାର ମାଧ୍ୟମରେ ଘଟଣା ସମ୍ପର୍କରେ ପ୍ରକାଶନ କରିଥିଲା । ପିଡିତାଙ୍କ ମାଇଁ କୁନ୍ତଳା ଗୌଡ଼ ଖଲ୍ଲିକୋଟ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିବା ସହ ଥାନା କେଶ ନମ୍ବର 231/19 ରେ ଏକ ମକଦମା ରୁଜୁକରି ଉଭୟ ବାପା ଓ ଦିବ୍ୟଙ୍ଗ ଝିଅକୁ ଡାକ୍ତରୀ ମଇନା ପାଇଁ bramhapur FMT କୁ ପଠାଇଥିବା ଜଣାପଡିଛି। ଏ ସମ୍ପର୍କରେ ପଡିତାଙ୍କ ମାମୁଁ ଟୁନା ଗୌଡ଼ ଙ୍କ ସହ ଯୋଗାଯୋଗ କରିବାରେ ଆସାମୀ ଗୋବିନ୍ଦ ପ୍ରଥମ ପତ୍ନୀ ଙ୍କ ମୃତ୍ୟୁ ପରେ ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥିଲା । ମଦ୍ୟପ ଅବସ୍ଥାରେ ଏଭଳି କାଣ୍ଡ ଘଟାଇଥିବା ପ୍ରକାଶ କରିଥିଲେ । ଏହାକୁ ନେଇ ସମଗ୍ର ଅଞ୍ଚଳରେ ଚଞ୍ଚଲ୍ୟ ଖେଳିଥିବାବେଳେ ଡାକ୍ତରୀ ମଇନା ରିପୋର୍ଟ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରକାଶ କରିଛି ।