
ଭଦ୍ରକ – ଭଦ୍ରକ ସହରର ମୋଟେଲ ଛକରେ ଥିବା କଲ୍ୟାଣୀ ରେସିଡେନ୍ସି ପରିସରରେ ନବବର୍ଷ ୨୦୨୦ ର ପ୍ରଥମ ସକାଳ ମହାଆଡମ୍ବରରେ ପାଳିତ ହୋଇଯାଇଛି। କଲ୍ୟାଣୀ ରେସିଡେନ୍ସିି କମିଟିର ସଭାପତି ପ୍ରଫେସର ଡ. ଶଶଧର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ନବବର୍ଷ ପାଳନ ସମାବେଶରେ ସଂପାଦକ ବସନ୍ତ ଦାଶ ବନ୍ଧୁମିଳନର ଆୟୋଜନ କରିଥିଲେ। ରେସିଡେନ୍ସିର ଅନ୍ତେବାସୀମାନେ ପରସ୍ପରକୁ ଫୁଲତୋଡା, କରମଦ୍ର୍ଧନ ଜଣାଇ ନୂତନ ବର୍ଷର ସ୍ବାଗତ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଏଥିରେ ପ୍ରଫେସର ଡ. ଅନୀଲ ମହାପାତ୍ରଙ୍କ ସଂେଯାଜନାରେ ଏକ ସଂଗୀତ ଆସର ଓ କବିତା ପାଠ କରାଯାଇଥିଲା। ରେସିଡେନ୍ସିର ସଦସ୍ୟମାନେ ବେଶ୍ ନିଷ୍ଠା ଓ ଆନ୍ତରିକତାର ସହ ଏହି ଉସôବକୁ ଉପଭୋଗ କରିଥିଲେ। ବରିଷ୍ଠ ସାମ୍ବାଦିକ ନିହାର ଦାସ ଓ ସାମ୍ବାଦିକ ତଥା କବି ପ୍ରମୋଦ ରାୟ, କବି ଓ ଚିତ୍ରଶିଳ୍ପୀ ଅଶୋକ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ େଯାଗଦେଇ ଅନ୍ତେବାସୀଙ୍କ ପାଇଁ ଶୁଭକାମନା ଜଣାଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ଯରେ କଲ୍ୟାଣୀ ଗ୍ରୁପ୍ର ନିଦ୍ର୍ଧେଶକ ତଥା ପ୍ରତିଷ୍ଠାତା ବିଭୁଚନ୍ଦନ ଜେନା, ସହେଯାଗୀ ତାପସ ରାୟ, ଆଇନ୍ଜୀବୀ ବିରୂପ ଜେନା, ସୁଶାନ୍ତ ଦାସ, ନିରଂଜନ ସାହୁ, ରବି ସହୁ, ଲକ୍ଷ୍ମୀପ୍ରିୟା ମହାପାତ୍ର, ଡ. ପ୍ରଦୀପ ରଥ, ଶିବଶଙ୍କର େଯାଶୀ, ମନୋଜ ଜେନା ଓ ଅନେକ ଅନ୍ତେବାସୀ ଏହି ଉସôବରେ ଉପସ୍ଥିତ ଥିଲେ। ଅତିଥିମାନେ କଲ୍ୟାଣୀ ପରିବାରର ସଂପର୍କ, ପରିବେଶର ସ୍ବଚ୍ଛତା ଓ ଫୁଲବଗିଚା ଦେଖô ଅଭିଭୂତ ହୋଇଥିଲେ। ଏ ସମସ୍ତ କାର୍ଯ୍ୟରେ ବିଜୟ ପରିଡା ସହେଯାଗ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO