
ଭଦ୍ରକ- ଚାନ୍ଦବାଲି ବ୍ଲକ ଅନ୍ର୍ତଗତ ଧାମରାରେ ଥିବା ମା ଧାମରାଇ ମନ୍ଦିରରେ ନବବର୍ଷ ଉପଲକ୍ଷେ ବ୍ୟାପକ ଜନସମାଗମ ପରିଲକ୍ଷିତ ହୋଇଥିଲା। ଆଜି ଭୋର ୬ଟାରେ ମନ୍ଦିରରେ ମାଙ୍କ ପହଡ ଖୋଲିବା ପରେ ଧାମରା ,ଜାଗୁଳା,କଇଥଖୋଲା,ଦୋସିଙ୍ଗା,ବାଂଶଡା,କରଞ୍ଜମାଳ,ପଂଚୁଟିକ୍ରି ସମେତ ଅନ୍ୟାନ୍ୟ ଅଂଚଳରୁ ବହୁ ଭକ୍ତ ଆସି ମାଙ୍କ ଦର୍ଶନ କରିଥିଲେ। ଏହି ଭିଡକୁ ଆଖି ଆଗରେ ରଖି ଧାମରାଇ ମନ୍ଦିର କମିଟି ପକ୍ଷରୁ ଭକ୍ତ ମାନେ କିପରି ଶୃଙ୍ଖଳାର ସହ ମାଙ୍କ ଦର୍ଶନ କରିବା ସହ ଅଭଡା ପାଇ ପାରିବେ ସେ ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିଲା। ଧାମରା ପୁଲିସ ଥାନା ପକ୍ଷରୁ ବ୍ୟାରିକେଡ ସହ ପୁଲିସ ମୁତୟନ କରାଯାଇଥିଲା। ସମସ୍ତ ଭକ୍ତ ଲାଇନରେ ଯାଇ ମାଙ୍କ ଦର୍ଶନ କରିବା ସହ ମନ୍ଦିର ଅଭଡା ମ‹ପରେ ପ୍ରସାଦ ସେବନ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO