
ଭଞ୍ଜନଗର- ଭଞ୍ଜନଗର ବ୍ଲକ ବ୍ରାହ୍ମଣ ପଦର ପଞ୍ଚାୟତ ର ପେଟାକିଆରୀ ଗ୍ରାମର ପ୍ରଭାସିନୀ ସେଠୀ (୧୮) ଆଜି ସକାଳ ୮ଟା ବେଳେ ଗାଧେଇବାକୁ ପୋଖରୀ କୁ ଯାଇଥିବା ବେଳେ ପାଣି ରେ ବୁଡିଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାସିନୀ ଘରକୁ ନ ଫେରିବାରୁ ଘର ଲୋକେ ଯାଇ ପୋଖରୀ ରେ ଖୋଜା ଝୋଜି କରି ପାଣିରୁ ପ୍ରଭାସିନୀ କୁ ବାହାର କରି ଭଞ୍ଜନଗର ମେଡ଼ିକାଲ କୁ ଆଣିଥିଲେ।ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୂବରୁ ପ୍ରଭାସିନୀ କୁ ଅପସ୍ମାର ରୋଗ ଥିବା ତାର ବାପା ନୀର ସେଠୀ କହିଛନ୍ତି।