
ଗଞ୍ଜାମ ଜିଲ୍ଲ- ଦିଗପହଣ୍ଡି ବ୍ଲକ କୋଟିନଡା ଗ୍ରାମର ଗଣିଆ କୂଅ ରେ କୁକୁଡାଖଣ୍ଡି ବ୍ଲକ ଅଧିନସ୍ଥ ରାଇଝୋଲା ଗ୍ରାମର ଚାରିଜଣ ଯୁବକ ନୂଆ ବର୍ଷ ଭୋଜି ପାଇଁ ସାଙ୍ଗର ଗ୍ରାମ ଗୋତୁମୀ ନିକଟସ୍ଥ ପଦ୍ମତୋଳା ଗ୍ରାମକୁ ଯାଇଥିଲେ ସନ୍ଧ୍ୟାରେ ଗାଁକୁ ବାଇକ ଯୋଗେ ଫେରିବା ସମୟରେ ଭାରସାମ୍ୟ ହରାଇ ଏକ କଲଭର୍ଟ ନିକଟରେ ମର୍ମତୁଦ ଦୁର୍ଘଟଣାର ଶିକାର ହୋଇ ଗୋଟିଏ ଗାଁର ତିନି ତିନି ଜଣ ଯୁବ ବୟଶର ପିଲାଙ୍କର ଅକାଳ ବିୟୋଗ ଘଟିଛି ମୃତକ ତିନିଜଣ ହେଲେ ବବୁଲୁ ଗୌଡ଼ ବୟଶ 23 ବର୍ଷ,ଜିତେନ୍ଦ୍ର ଗୌଡ଼ 24 ବର୍ଷ ଲାଞ୍ଜିଆର ସନ୍ତୋଷ ଗୌଡ଼ ଏବଂ ଜଣେ ଗୁରତର ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଚାରି ଜଣ ବନ୍ଧୁ ନୁଆଁ ବର୍ଷରେ ଭୋଜି ପାଇଁ ସାଙ୍ଗର ଗାଁ ପଦ୍ମତୋଳାକୁ ଯାଇଥିଲେ। ଫେରିବା ସମୟରେ ସନ୍ଧ୍ୟାରେ କୋଟିନଡ଼ା ଗ୍ରାମର ଶେଷ ଭାଗରେ ଥିବା ଏକ ବୁଲାଣିଆ କଲଭର୍ଟରେ ଭାରସାମ୍ୟ ହରାଇ ଦୁଇ ବାଇକରୁ ଦୁର୍ଘଟଣା ଘଟି ଏପରି ଏକ ଦୁଃଖଦ ଘଟଣା ଘଟିଥିଲା।ସ୍ଥାନୀୟ ଲୋକଙ୍କର ସହଯୋଗରେ ୩ଜଣଙ୍କୁ ମେଡିକାଲ ନିଆଯାଇଥିଲା ସେଠି ତିନିଜଣ ଡାକ୍ତରଙ୍କର ମୃତ୍ୟୁ ଘୋଷିତ ହୋଇଥିଲେ।ଆଉ ଜଣେ ଚିକିତ୍ସାଧୀନ ଅଛନ୍ତି।ଏ ଘଟଣା ଯୋଗୁ ସ୍ଥାନୀୟ ରାଇଝୋଳ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।ସାଧାରଣରେ ଏଭଳି ଘଟଣା ସବୁ ପିଲା ମାନେ ନିମ୍ନ ମଧ୍ୟବିତ୍ତ ପରିବାରରୁ ହୋଇଥିବାରୁ ସରକାରୀ ସହଯୋଗ ପାଇଁ ସ୍ଥାନୀୟ ଲୋକ ଦାବି ରଖିଛନ୍ତି।ନୁଆଁ ବର୍ଷରେ ଏଭଳି ଏକ ଘଟଣା ଅଞ୍ଚରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛିl ରିପୋର୍ଟ ପ୍ରଫୁଲ ସାବତ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO