
ଭୁବନେଶ୍ୱର – ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ଓ ଉକ୍ରୃଷ୍ଟ ସମାଜସେବା ପାଇଁ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଂଚର ସାଧାରଣ ସମ୍ପାଦକ ଏବଂ ପ୍ରାଚୀ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଇଂ ଜଗବନ୍ଧୁ ଷଡ଼ଙ୍ଗୀଙ୍କୁ ବିଶ୍ୱ ଆର୍ଥିକ ପ୍ରଗତି ଓ ଅନୁସନ୍ଧାନ ଅନୁଷ୍ଠାନ, ନୂଆଦିଲ୍ଲୀ ପକ୍ଷରୁ ଚଳିତ ବର୍ଷ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣାନ ସ୍ୱର୍ଣ୍ଣ ପଦକ ସମ୍ମାନରେ ସମ୍ମାନିତ କରାଯାଇଛି । ବେଙ୍ଗାଲୁରରେ ଅନୁଷ୍ଠିତ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଅବସରରେ ଶ୍ରୀମତୀ ଅମ୍ବିକା ଷଡ଼ଙ୍ଗୀ ଓ ଇଂ ଜଗବନ୍ଧୁ ଷଡ଼ଙ୍ଗୀଙ୍କୁ ମାନପତ୍ର, ଟ୍ରଫି ଏବଂ ସ୍ୱର୍ଣ୍ଣ ପଦକ ପ୍ରଦାନ ପୂର୍ବକ ମଂଚରେ ସମ୍ମାନିତ କରାଯାଇଥିଲା । ଏତଦ୍ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦେଶର ବାରଟି ଅନ୍ୟ ରାଜ୍ୟରୁ ଚୟନ ବ୍ୟକ୍ତିବିଶେଷମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।