କୋରେଇ- ଗୋଳେଇପୁର ପଂଚାୟତ ଅନ୍ତର୍ଗତ ସୋତି ଗ୍ରାମର ଆରାଧ୍ୟ ଦେବତା ଇଶାଣେଶ୍ୱର ମହାଦେବଙ୍କ ପୀଠରେ ପ୍ରତିବର୍ଷ ପରି ନୁତନ ବର୍ଷକୁ ସ୍ୱାଗତ କରିବା ଉପଲକ୍ଷେ ୨୫ତମ ବାର୍ଷିକ ଗୀତା ପାଠ ଓ ନାମଯଜ୍ଞ ଅନୁÂିତ ହୋଇଯାଇଛି । ଗ୍ରାମର ବୟୋଜ୍ୟେÂ ବ୍ୟକ୍ତି ଅଦୈତ୍ୟ ପ୍ରସାଦ ଦାଶଙ୍କ ସଭାପତିତ୍ୱରେ ଆୟେଜିତ ଉକ୍ତ ଉତ୍ସବରେ ଅଧିକାରୀ ରାହାସ ବିହାରୀ ଦାସ ,ପଣ୍ଡିତ ସୁର୍ଯ୍ୟମଣୀ ପଣ୍ଡା ଓ ନୀଳମଣୀ ପଣ୍ଡା ଗୀତା ପାଠ କରିଥିଲେ । ମଙ୍ଗଳବାର ପ୍ରତ୍ୟୁଷରୁ ମହାଦେବଙ୍କ ପୁଜାକର୍ମ ପରେ ଗୀତା ପାଠ,ଓ ସମୁହ ନାମସଂକୀର୍ତନ ହୋଇଥିଲା । ଗ୍ରାମର ଉମାକାନ୍ତ ଖଣ୍ଡେଇ, ସୁର୍ଯ୍ୟମଣୀ ସାହୁ, ବାବୁଲି ପାଳ, ବିଷ୍ନୁ ଚରଣ ବାରିକ, ରମାନାଥ ମହାପାତ୍ର, ରାମଚନ୍ଦ୍ର ମହାପାତ୍ର, ଅନାମ ଚରଣ ମହାପାତ୍ର, ବିନୋଦ ଦଳେଇ, ନବ କିଶୋର ଦାସ, ବଟକୃଷ୍ଣ ମହାପାତ୍ର, ସୁଲୋଚନା ପଣ୍ଡା. ଦିଗାମ୍ବର ନାୟକ, ବିବେକାନନ୍ଦ ଦାସ, କାର୍ତୀକ ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Related Stories
January 19, 2025
January 19, 2025