-
ବାଲେଶ୍ୱରରେ ଇଟାଭାଟି ଭଙ୍ଗାଯିବା ଅଭିଯାନର ପ୍ରତିବାଦରେ ଶ୍ରମିକ ଓ ମାଲିକ ସଂଘର ବିଶାଳ ରାଲି
-
ଦୀର୍ଘ ୨ ଘଣ୍ଟା ହେଲା ଟ୍ରାଫିକ୍ ଜାମ୍
ବାଲେଶ୍ୱର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ – ଓଡ଼ିଶା ରାଜନୀତିର ଜଣେ ପୁରୁଖା ରାଜନେତା ତଥା ବାଲେଶ୍ୱରର ଟାଣୁଅା ଶ୍ରମିକ ନେତା ଭାବେ ପରିଚିତ ଅରୁଣ ଦେ ଗତକାଲି ଜିଲ୍ଲା ପ୍ରଶାସନ ଉଦ୍ଦେଶ୍ୟରେ ଦେଇଛନ୍ତି ସବୁଠୁ ବଡ଼ ଚେତାବନୀ। ଗତକାଲି ଜିଲ୍ଲାପାଳଙ୍କ ଦପ୍ତର ନିକଟରେ ଇଟାଭାଟି ମାଲିକ ଓ ଶ୍ରମିକମାନଙ୍କର ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ଶ୍ରୀ ଦେ ଉଦବୋଧନ ଦେଇ ଜିଲ୍ଲାପାଳଙ୍କୁ ବାସ୍ତବବାଦୀ ହେବା ପାଇଁ ଅାହ୍ବାନ ଦେଇଥିଲେ। ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ବଦଳି ଦାବି କରାଯାଇଥିବା ବେଳେ
ଶ୍ରୀ ଦେ କହିଲେ ଯେ ବଦଳି ନୁହେଁ, ଜିଲ୍ଲାପାଳ ତାଙ୍କ ମନୋଭାବ ପରିବର୍ତ୍ତନ କରିବା ଅାବଶ୍ୟକ।
ବାଲେଶ୍ୱର ସଦର, ରେମୁଣା, ବାଲିଅାପାଳ, ବସ୍ତା, ଜଳେଶ୍ୱର, ନୀଳଗିରି ସମେତ ସମଗ୍ର ଜିଲ୍ଲାରେ ୧୪୦ରୁ ଅଧିକ ଇଟାଭାଟିରେ ପାଖାପାଖି ୪୫ହଜାରରୁ ଅଧିକ ପୁରୁଷ ଓ ମହିଳା ନିୟମିତ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରୁଛନ୍ତି। ଏପରିସ୍ଥଳେ ଇଟାଭାଟି ପାଇଁ ଅାବଶ୍ୟକୀୟ କାଗଜପତ୍ର ଦାଖଲ କରିବା ପାଇଁ ସଂଘ ପକ୍ଷରୁ ସମୟ ମଗା ଯାଇଥିବା ବେଳେ ଜିଲ୍ଲାପାଳ ଏଥିପ୍ରତି ବେଖାତିର କରି ଯେଉଁଭଳି ଇଟାଭାଟିକୁ ନଷ୍ଟ କରୁଛନ୍ତି ତାହା ଅକ୍ଷମଣୀୟ ଅପରାଧ। ଏଣିକି ଯଦି ଇଟାଭାଟି ଭଙ୍ଗାଯିବ ତେବେ ଭାଙ୍ଗିବା ପାଇଁ ଯିଏ ବି ଯାଇଥିବ ସେ ଅାଉ ଫେରିବ ନାହିଁ ବୋଲି ଶ୍ରୀ ଦେ ଚେତାବନୀ ଦେଇଥିଲେ। ପ୍ରଶାସନ ଯଦି ଗରିବ ଲୋକଙ୍କ ଜୀବନ ଜୀବିକା ଉପରେ ବାଧା ସୃଷ୍ଟି କରନ୍ତି ପରିସ୍ଥିତି ଭୟଙ୍କର ହେବ ବୋଲି ସେ ସୂଚେଇ ଦେବା ସଂଗେ ସଂଗେ ଅାଗାମୀ ଦିନରେ ଅାବଶ୍ୟକ ପଡ଼ିଲେ ଶହ ଶହ ଟ୍ରାକ୍ଟର, ଟ୍ରକ୍ ଏବଂ ଅନ୍ୟାନ୍ୟ ପରିବହନ ଯାନଗୁଡ଼ିକୁ ଅାଣି ଜିଲ୍ଲାପାଳଙ୍କ ଦପ୍ତରକୁ ଘେରାଉ କରି ଅଚଳ
କରିଦିଅାଯିବ ବୋଲି ସେ କହିଥିଲେ। ତୁରନ୍ତ ମୁଖ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟିଦେବାକୁ ସେ ନିବେଦନ କରିଥିଲେ।
ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ତଥା ସଂଗଠନର ଉପଦେଷ୍ଟା ରଂଜନ ପ୍ରଧାନ ଅଧ୍ୟକ୍ଷତା କରି ଜିଲ୍ଲାପାଳଙ୍କ ଜିଦ୍ଖୋର ମନୋଭାବକୁ ତୀବ୍ର
ସମାଲୋଚନା କରି ଅାଗାମୀ ଦିନରେ ଅାନ୍ଦୋଳନ ଅାହୁରି ଉଗ୍ର ହେବ ବୋଲି ଚେତାଇ ଦେଇଥିଲେ ରେମୁଣାର ପ୍ରାକ୍ତନ ବିଧାୟକ ତଥା ବିଜେଡ଼ି ନେତା ସୁଦର୍ଶନ ଜେନା ଏବଂ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ରଂଜନ ବାଗ ଉଦ୍ବୋଧନ ଦେଇ ବାଲେଶ୍ୱରର ସମଗ୍ର ଶିଳ୍ପାନୁଷ୍ଠାନ ଯେତିକି ନିଯୁକ୍ତି ଦେଇପାରି ନାହିଁ ତାହା ଠାରୁ ଅଧିକ ସଂଖ୍ୟକ ଶ୍ରମିକ ଇଟାଭାଟିମାନଙ୍କରେ କାର୍ଯ୍ୟକରି ପେଟପାଟଣା କରି ଅାସୁଛନ୍ତି ସେମାନଙ୍କ
ଜୀବିକା ପ୍ରତି ଜିଲ୍ଲା ପ୍ରଶାସନ କୋହଳ ମନୋଭାବ ପ୍ରଦର୍ଶନ କରିବା ଅତ୍ୟନ୍ତ ଜରୁରୀ ଅଟେ। ନଚେତ୍ ଏହି ଅାନ୍ଦୋଳନ ଅାଗାମୀ ଦିନରେ ଉଗ୍ରରୂପ ନେଇପାରେ।ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲେ।ସର୍ବଶ୍ରୀ ଶତ୍ରୁଘ୍ନ ଚଣ୍ଡ, କାର୍ତ୍ତିକ ପ୍ରଧାନ, ଅଶୋକ ପ୍ରଧାନ, ସେଖ ହାଇଦର ଅଲ୍ଲୀ, ସୁକାନ୍ତ ନନ୍ଦୀ, ପ୍ରମୋଦ ଜେନା, ପ୍ରତାପ ରାଉତ, ରତିକାନ୍ତ ଗିରି, ଗଙ୍ଗାଧର ସାମଲ, ମୁକ୍ତେଶ୍ୱର ରାଉତ, ହେମନ୍ତ କୁମାର ଚଣ୍ଡ, ଚିତ୍ତରଂଜନ ବାଗ ପ୍ରମୁଖ ଏହି ବିକ୍ଷୋଭ ସମାବେଶରେ ନେତୃତ୍ୱ ନେଇଥିଲେ। ପ୍ରଥମେ ସହରସ୍ଥିତ ମିଶନ୍ ପଡ଼ଆ ଠାରୁ ପ୍ରାୟ ୮ ହଜାର ଶ୍ରମିକ ଏକ ବିରାଟ ପଟୁଅାରରେ ଅାସି ସହର ପରିକ୍ରମା କରି
ଜିଲ୍ଲାପାଳଙ୍କ ଦପ୍ତର ନିକଟରେ ଅାୟୋଜିତ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ। ନୂଅାବର୍ଷର ଅବ୍ୟବହିତ ପୂର୍ବରୁ ଶ୍ରମିକମାନଙ୍କ ଏତେବଡ଼ ସମାବେଶ ସହରବାସୀଙ୍କୁ ଚର୍ଚ୍ଚାର ଖୋରାକ୍ ଯୋଗାଇଥିଲା।