ଭୁବନେଶ୍ୱର – ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି ସ୍ୱାମୀଙ୍କ ବିୟୋଗରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।
ସ୍ୱର୍ଗତଃ ସ୍ୱାମୀ ଜଣେ ଦକ୍ଷ ରାଜନୈତିକ ଭାବେ ବେଶ ଜଣାଶୁଣା ଥିଲେ । ସେ ୪ ଏପ୍ରିଲ ୨୦୧୨ ରୁ ୩ ଏପ୍ରିଲ ୨୦୧୮ ଯାଏ ରାଜ୍ୟସଭାର ସାଂସଦ ରହିଥିଲେ । ତାଙ୍କ ବିୟୋଗରେ ନୂଆପଡା ଜିଲ୍ଲାରେ ଶୋକର ଛାଇ ଖେଳିଯାଇଛି । ମୃତୁ୍ୟବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ଶ୍ରୀ ପଣ୍ଡା ଏବଂ ଶ୍ରୀ ନାୟକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।