ଭୁବନେଶ୍ୱର– ଚେନ୍ନାଇରେ ପ୍ରବଳ ବର୍ଷାରେ ଚେନ୍ନାଇ ଏୟାରପୋର୍ଟ ଉବୁଟୁବୁ ହେଉଥିଲା । ଲଗାଣ ବର୍ଷାରେ ଜଳରେ ବୁଡି ରହିଥିଲା ଏୟାରପୋର୍ଟ । ଏଥିପାଇଁ କାଲି ଏୟାରପୋର୍ଟ ବନ୍ଦ ରହିଥିଲା । ତେବେ ଆଜି ପୁଣି ଥରେ ଖୋଲିଛି ଚେନ୍ନାଇ ଏୟାରପୋର୍ଟ, ଏବଂ ବିମାନ ମଧ୍ୟ ଚଳାଚଳ କରିଥିବା ନେଇ ସୂଚନା ମିଳିଛି । ଆଜି ରାତି ସୁଦ୍ଧା ଚେନ୍ନାଇକୁ ବିମାନ ସେବା ସ୍ୱାଭାବିକ ହୋଇପାରେ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ତେବେ ଭୁବନେଶ୍ୱରରୁ ସକାଳୁ ଭୁବନେଶ୍ବରରୁ ଚେନ୍ନାଇକୁ ଯାଉଥିବା ବିମାନ ସେବା ବାତିଲ ହୋଇଛି । ଭୁବନେଶ୍ୱରରୁ ବାଙ୍ଗାଲୋର ଯାଉଥିବା ଏକ ବିମାନ ସେବା ମଧ୍ୟ ବାତିଲ କରାଯାଇଛି ।
Related Stories
December 9, 2024