ଭୁବନେଶ୍ଵର– ଗତ ୨୪ ଘଂଟା ମଧ୍ୟରେ ଗଜପତି ଜିଲ୍ଲାର ମୋହନାରେ ସର୍ବାଧିକ ୪୦.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି କୋରାପୁଟ ଜିଲ୍ଲାର ପଟାଙ୍ଗିରେ ୨୩.୨ ମି.ମି., ଗଞ୍ଜାମ ଜିଲ୍ଲାର ପାଟପୁରରେ ୧୮.୪ ମି.ମି., କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ ୧୪.୦, ଗଜପତି ଜିଲ୍ଲାର ମହେନ୍ଦ୍ରଗଡ଼ରେ ୧୨.୬, ଗଞ୍ଜାମ ଜିଲ୍ଲାର ଚିକିଟିରେ ୧୨.୨, ଗଜପତି ଜିଲ୍ଲାର ନୂଆଗଡ଼ରେ ୧୧.୪ ମି.ମି., ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରେ ୧୦.୫, ଗଜପତି ଜିଲ୍ଲାର ପାରଖେମୁଣ୍ଡିରେ ୧୦.୪, ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡିରେ ୧୦.୦, ଗଜପତି ଜିଲ୍ଲାର ଗୁମ୍ମାରେ ୯.୦, କୋରାପୁଟ ଜିଲ୍ଲାର ନନ୍ଦପୁରରେ ୯.୦, ରାୟଗଡ଼ା ଜିଲ୍ଲାର ରାୟଗଡ଼ାରେ ୯.୦, କୋରାପୁଟ ଜିଲ୍ଲାର ସିମିଳିଗୁଡାରେ ୮.୦, ସୁନ୍ଦରଗଡ଼ ଜିଲ୍ଲାର ମନ୍ଦିରାଡ୍ୟାମ ୭.୮ ଏବଂ ମୟୂରଭଞ୍ଜ ଜିଲ୍ଲାର ନୱାନାରେ ୭.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
January 17, 2025
January 17, 2025