ଧର୍ମଶାଳା– ଯାଜପୁର ଜିଲା ଧର୍ମଶାଳା ମହାବିଦ୍ୟାଳୟରେ ଆଜି ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଇଛନ୍ତି ଜୟନ୍ତ କୁମାର ସାହୁ । ଯାହାକୁ ନେଇ ଧର୍ମଶାଳା ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ମହାବିଦ୍ୟାଳୟ ପରିସରରେ ଧର୍ମଶାଳା ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା, ଶିକ୍ଷା କର୍ମଚାରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀମାନେ ପଂହଚି ନୂତନ ଦାୟିତ୍ଵ ନେଇଥିବା ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରୀ ସାହୁ ପୂର୍ବରୁ ଏହି ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ରହି ବେଶ ପରିଚିତ ଥିଲେ । ସେ ଏହି ଦାୟିତ୍ଵ ନେବା ଫଳରେ ମହାବିଦ୍ୟାଳୟର ବିକାଶରେ ସହାୟକ ହେବ ବୋଲି ଅଂଚଳବାସୀ ଆଶାବାଦୀ ଅଛନ୍ତି ।