କେନ୍ଦୁଝର- ଆଗାମୀ ଜାନୁଆରୀ ମାସ ପାଇଁ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ପ୍ରକାଶ ପାଇଛି । ୨୦୨୦ ଜାନୁୟାରୀ ୬ତାରିଖ ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାରହଲ୍ଠାରେ, ଜାନୁୟାରୀ ୧୩ ତାରିଖ ସୋମବାର ଦିନ ଯୋଡ଼ା ବ୍ଲକ୍ କାର୍ଯ୍ୟାଳୟଠାରେ, ଜାନୁୟାରୀ ୨୦ ତାରିଖ ସୋମବାର ଦିନ ବାଂଶପାଳ ବ୍ଲକ୍ କାର୍ଯ୍ୟାଳୟଠାରେ ଏବଂ ଜାନୁୟାରୀ ୨୭ ତାରିଖ ସୋମବାର ଦିନ ତେଲକୋଇ ବ୍ଲକ୍ କାର୍ଯ୍ୟାଳୟଠାରେ ମିଳିତ ଅଭିଯୋଗ ଶୁଣାଣୀ ଅନୁÂିତ ହେବ ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ଏହି ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସଂପର୍କରେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଆଶିଷ ଠାକ୍ରେ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏତଦ୍ବ୍ୟତୀତ କାର୍ଯ୍ୟସୂଚୀ ଅନୁଯାୟୀ ଅଭିଯୋଗ ଶୁଣାଣୀ ସ୍ଥାନମାନଙ୍କରେ ଚିକିତ୍ସା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଶ୍ରମ, ଉଠାଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଯୋଗାଣ ବିଭାଗ, ସମାଜ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି ।
Related Stories
December 21, 2024