କେନ୍ଦୁଝର- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ କାର୍ଯ୍ୟାଳୟସ୍ଥ ସମ୍ମିଳନୀ କକ୍ଷଠାରେ ଆଜି ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଅନୁÂିତ ହୋଇଯାଇଛି । ଏଥିରେ ସମୁଦାୟ ୧୦୫ଟି ଅଭିଯୋଗର ଓ ଅନ୍ୟାନ୍ୟର ୧୨ଟି ଅଭିଯୋଗ ପହଚିଁଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜାନା ଓ ବିଜୁ ପକ୍କାଘର ସମ୍ବନ୍ଧିୟ ୩୨ଟି ଅଭିଯୋଗ ପଡିଥିବା ବେଳେ ଶିକ୍ଷା ସମ୍ବନ୍ଧିୟ ଗୋଟିଏ ପଟ୍ଟା ସମ୍ବନ୍ଧିୟ ୧୩ଟି,ସ୍ୱାସ୍ଥ୍ୟ ସମ୍ବନ୍ଧିୟ ୩ଟି ରାସ୍ତା ସମ୍ବନ୍ଧିୟ ୯ଟି,ପେନସନ ସମ୍ବନ୍ଧିୟ ୪ଟି,ବିଦ୍ୟୁତ ଯୋଗାଣ ସମ୍ବନ୍ଧିୟ ୪ଟି,କାଳିଆ ଯୋଜନା ସମ୍ବନ୍ଧିୟ ୩୩ଟି ଅଭିଯୋଗ ପ୍ରଶାସନର ହସ୍ତଗତ ହୋଇଥିଲା । ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ ଠାକରେ ସମସ୍ତ ଅଭିଯୋଗର ଶୁଣାଣୀ କରି ଏହାର ସମାଧାନ ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ତେବେ କିଛି ଦିନ ହେବ ଘଟଗାଁ ଠାରେ ଟ୍ରାଫିକ ସମସ୍ୟା ବେହାଲ ହେବାକୁ ବସିଥିବା ବେଳେ ଘଟଗାଁ ପ୍ରେସ କ୍ଲବ ଓ ସ୍ଥାନୀୟ ସରପଂଚ ଅନ୍ନପୂର୍ଣ୍ଣା ଦେହୁରୀଙ୍କ ସମେତ ମହିଳା ସ୍ୱୟଂସହାୟକ ଗୋÂିର ସଦସ୍ୟା ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୂଚନା ଥାଉକି ତାରିଣୀ ମନ୍ଦିର ନିକଟସ୍ଥ ଶାଳବଣ ଠାରେ ଥିବା ଗାଡି ପାର୍କଂକୁ ବନବିଭାଗ ବନ୍ଦ କରିବା ପରେ ଏବେ ଟ୍ରାଫିକ ସମସ୍ୟା ଉପୁଜୁଛି ଯାହା ଫଳରେ ମନ୍ଦିର ଦର୍ଶନ ପାଇଁ ଅସୁଥିବା ପର୍ଯ୍ୟଟକ ମାନେ ଯାନବାହନ ରଖିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସମସ୍ୟା ସମ୍ପର୍କରେ ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ଏହି ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ଅଶିଷ ଠାକ୍ରେ, କେନ୍ଦୁଝର ପିଇଡି ଉଦ୍ଧବ ଚନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପିକେ ପରିଡା, ଘଟଗାଁ ତହସିଲଦାର ତଥା ଭାରପ୍ରାପ୍ତ ବିଡିଓ ଜନକ କୁମାର ନାଏକ, ଘଟଗାଁ ଏସଡିପିଓ ରବିନ୍ଦ୍ର କୁମାର ମଲ୍ଲିକ ଓ ବହୁ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ରଖିଥିଲେ ।
Related Stories
December 2, 2024