ଭଦ୍ରକ – ଆଜି ଭଦ୍ରକ ବ୍ଳକ ସମ୍ମିଳନୀ କକ୍ଷରେ ଭଦ୍ରକ ବ୍ଲକ ସ୍ତରୀୟ ଜନ ଅଭିେଯାଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଳାପାଳ ଜ୍ଞାନ ଦାସଙ୍କ ଅଧ୍ଯକ୍ଷତାରେ ଭଦ୍ରକ ଏସ୍ପି ରାଜେଶ ପଣ୍ଡିତ, ଜିଲ୍ଲା ପ୍ରକଳ୍ପ ନିଦ୍ର୍ଧେଶକ ମଧୁସୂଦନ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଜଗନ୍ନାଥ ପହି, ଭଦ୍ରକ ବିଡିଓ ଦାମୋଦର ଖୁିଆ, ଭାରପ୍ରାପ୍ତ ତହସିଲଦାର ମନୋରମା ଜାଲି, ଭଦ୍ରକ ବ୍ଳକ ଅଧ୍ଯକ୍ଷ ରଘୁନାଥ ଧଳ, ଉପାଧ୍ଯକ୍ଷା ଜ୍ୟୋତ୍ସ୍ନାମଞ୍ଜରୀ ରାଉତ ପ୍ରମୁକ େଯାଗ ଦେଇଥିଲେ। ଏହି ଶିବିରରେ ମୋଟ ୬୮ଟି ଅଭିେଯାଗପତ୍ର ଆସିଥିଲା। ପ୍ରଧାନମନ୍ରୀ ଆବାସ େଯାଜନା, ଇନ୍ଦିରା ଆବାସ, ରାସନ କାର୍ଡ ପ୍ରଦାନ, ରାସ୍ତା ମରାମତି, ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ, ଶ୍ରବଣ ବାଧିତଙ୍କୁ ଶ୍ରବଣ ଯନ୍ର ପ୍ରଦାନ, କାଳିଆ େଯାଜନାରେ ହିତାଧିକାରୀଙ୍କୁ ସାମିଲ କରାଇବା, ରାସ୍ତା ଜବର ଦଖଲ ହଟାଇବା ଭଳି ବିଭିନ୍ନ ଅଭିେଯାଗର ଶୁଣାଣି କରାଯାଇ ପଦକ୍ଷେପ ଗ୍ରହଣ ନିମେନ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିଦ୍ର୍ଧେଶ ଦିଆଯାଇଥିଲା।
Related Stories
December 2, 2024