
ଗଂଜାମ- ତାରାସିଂ ଥାନାର ଲଣ୍ଡେଇ ପାହାଡ଼ରୁ ପୁଲିସ ୧୧ ଜଣ ପଥର ମାଫିଆଙ୍କୁ ଗିରଫ କରିବା ସହ ୫ଟି ଟ୍ରାକ୍ଟର ଓ ବିପୁଳ ପରିମାଣାରେ ଡିଟୋରନେଟ ଜବତ କରିଛନ୍ତି । ଗିରଫ ବ୍ୟକ୍ତିମାନେ ଲକ୍ଷ୍ମଣ ନାୟକ, ଶିବ ନାୟକ, ବିଘ୍ନେଶ୍ୱର ଜେନା, ପ୍ରଫୁଲ୍ଲ ନାୟକ, ବୋନି ବସ୍କି, ପ୍ରତାପ ଦଳ ବେହେରା, ରଂଜିତ ନାୟକ, ବାବୁଲା ସେଠୀ, କାଳିଆ ନାୟକ, ଧନୁ ନାୟକ, ରୋହିତ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଘଟଣାସ୍ଥଳରୁ ୫ ଜଣ ଫେରାର ହୋଇଛନ୍ତି । ସେମାନେ ହେଲେ ସୋମିନ ତରେଇ, ଅଶୋକ ବସ୍କି, ସନ୍ତୋଷ ସେଠୀ, ଶଙ୍କର ଜେନା, ଅମିତ ସାହୁ । ଏ ସମ୍ପର୍କରେ ତାରା ସିଂ ଥାନାରେ କେସ୍ ନଂ. ୨୦୦/୧୯ ଅଣ୍ଡର ସେକସନ ୨୮୬/୩୭୯/୩୪ ଆଇପିସି/୩ ଏବଂ ୪ଇଏସ ଆକ୍ଟ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।