
ଜୟପାଟଣା- ଜୟପାଟଣା ପଞ୍ଚାୟତ ସମିତି ସଭାଗୃହରେ କଳାହାଣ୍ଡି ଜିଲ୍ଳାପାଳ ଗାଭାଲି ପରାଗ ହର୍ଷଦଙ୍କ ଜିଲ୍ଳାସ୍ତରୀୟ ଅଭିଯୋଗ ଶୁଣାଶୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିର ଆରମ୍ଭ ପୂର୍ବରୁ ଜିଲ୍ଳାପାଳ ଜୟପାଟଣା ବ୍ଳକ୍ ର ଧନଶୁଲି ଓ ମଙ୍ଗଳପୁର ପଞ୍ଚାୟତ ପରିଦର୍ଶନରେ ଯାଇ ଦୁଇ ଶହରୁ ଅଧିକ ପ୍ରଧାନ ମନ୍ତ୍ରୀ ଆବାସର ବାସ୍ତବ ରୂପରେଖ ଓ ପ୍ରଗତିକୁ ନେଇ ହିତାଧିକାରୀଙ୍କୁ ସିଧା ସଳଖ ଭେଟିଥିଲେ । ଅଭିଯୋଗ ଶିବିରରେ ୧୭୩ ଜଣ ହିତାଧିକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ଏହି ଶିବିରରେ କଳାହାଣ୍ଡି ଜିଲ୍ଳା ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧର, ପି.ଡ଼ି. ପ୍ରଭାତ କୁମାର ମହାପାତ୍ର, ସି.ଡ଼ି.ଏମ୍.ଓ. ମନୋଲତା ଦେବୀ, ଉପଜିଲ୍ଳାପଳ ପଦ୍ମନାଭ ବେହେରା, ବିଡ଼ିଓ ଐଶ୍ୱର୍ଯ୍ୟା ସାମନ୍ତରାୟ, ତହସିଲଦାର ଟିକ୍ନୁ ପୋଟା, ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ଏତଦ୍ ବ୍ୟତିତ ଶିକ୍ଷା, ଜଳ ଯୋଗାଣ, ଜଳ ସେଚନ, ଖାଦ୍ୟ ଯୋଗାଣ, ଜଙ୍ଗଲ, କ୍ଷୁଦ୍ର ଜଳସେଚନ, ଶିଶୁ ମଙ୍ଗଳ, ସମାଜ ମଙ୍ଗଳ, ଆର୍.ଡ଼ି. ପି.ଡ଼ବ୍ଳ୍ୟୁ.ଡ଼ି ଆଦି ବିଭାଗର ଜିଲ୍ଳା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏ.ବାଞ୍ଛାବଟ ପାଣ୍ଡେ, ସୁଶାନ୍ତ କୁମାର ଦାସ, ଏ.ଏସ୍.ଏନ୍. ପାତ୍ର, ପଦ୍ମା ସେନାପତୀ, ମିତାଞ୍ଜଳୀ ଦାସ, କୌଶଲ୍ୟା ମାଝୀ ପ୍ରମୁଖ ଶିବର ପରିଚାଳନା କରିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO