
କୋଲକାତା – ନାଗରିକତା ସଂଶୋଧନ ଆକ୍ଟ (ସିଏଏ) ବିରୁଦ୍ଧରେ କର୍ଣ୍ଣାଟକର ମାଙ୍ଗାଲୋରରେ ହୋଇଥିବା ହିଂସାରେ ମୃତ୍ୟୁବରଣ କରିଥିବା ଦଙ୍ଗାକାରୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ।
ଗୁରୁବାର ମମତା ରାଜବଜାର ଠାରେ କହିଛନ୍ତି ଯେ ଅତୀତରେ ମହାତ୍ମା ଗାନ୍ଧି ବ୍ରିଟିଶ ମାନଙ୍କ ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଭାବେ ଲଢିଥିଲେ । ଆଜି ବିଜେପି ଆନେ୍ଦାଳନକାରୀମାନଙ୍କ ସ୍ୱରକୁ ଚାପି ଦେବାକୁ ଚାହୁଁଛି । ଗତକାଲି ବିଜେପି ଘୋଷଣା କରିଥିଲା ଯେ ହିଂସାରେ ସାମିଲ ହୋଇଥିବା କୌଣସି ଆନେ୍ଦାଳନକାରୀଙ୍କୁ ସହାୟତା ଦିଆଯିବ ନାହିଁ । ଆମ ଅଧିକାର ଛଡାଇନେଲେ ଆମେ ଲଢିବୁ । ଯେପର୍ଯ୍ୟନ୍ତ ବିଜେପି ସିଏଏକୁ ପ୍ରତ୍ୟାହାର ନକରିଛି ଆନେ୍ଦାଳନ ଜାରୀ ରହିବ । ଯଦି ଯୁବକ ମାନଙ୍କୁ ଭୋଟ୍ ଦେବାର ଅଧିକାର ଅଛି ତେବେ ଆନେ୍ଦାଳନ କରିବାର ମଧ୍ୟ ଅଧିକାର ଅଛି । ସେ ଆହୁରି କହିଛନ୍ତି ଯେ ସେ ଆନେ୍ଦାଳନକାରୀମାନଙ୍କ ମନୋଭାବ ବୁଝି ପାରୁଛନ୍ତି । ସେ ତାଙ୍କ ଜୀବନରେ ବହୁ ଆନେ୍ଦାଳନ କରିଛନ୍ତି ।
ସୂଚନାଯୋଗ୍ୟ ଯେ କର୍ଣ୍ଣାଟକର ମାଙ୍ଗାଲୋରରେ ସିଏଏ ବିରୁଦ୍ଧରେ ହୋଇଥିବା ଆନେ୍ଦାଳନ ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସେଠାରେ ବିବାଦ ଦେଖାଦେଇଥିବା ବେଳେ ରାଜ୍ୟ ସରକାର ଏହାର ଯାଂଚ ପାଇଁ ନିଦେ୍ର୍ଧଶ ଦେଇଛନ୍ତି ।