

ଅନ୍ୟପକ୍ଷରେ ଏହି ବନ୍ଦ ପାଳନ ବେଳେ ହିଂସା ଦେଖିବାକୁ ମିଳିଛି । ଉତ୍ୟକ୍ତ କେତେକ ଦଳୀୟ କର୍ମୀ ସେଠାରେ ରାସ୍ତା କଡ଼ରେ ରଖାଯାଇଥିବା ଏକ କାର୍ ରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।
ବନ୍ଦ ପରିପ୍ରେକ୍ଷୀରେ ଶତାଧିକ ଦଳୀୟ କର୍ମୀ ପ୍ରଥମେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର୍ ଜାଳି ୨୬ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ରାସ୍ତା ଅବରୋଧ ଫଳରେ ଦୀର୍ଘ ସମୟ ଧରି ସମ୍ପୃକ୍ତ ରୁଟ୍ ରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । ଫଳରେ ଦୂରାଦୂରାନ୍ତରୁ ଆସିଥିବା ଯାତ୍ରୀ ମାନେ ଏବଂ ବିଭିନ୍ନ ସ୍ଥାନକୁ ଜରୁରୀ କାମରେ ଯିବାକୁ ଥିବା ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏଥିସହ ଦୋକାନ ବଜାର ବନ୍ଦଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ଘଟଣାର ପର୍ଦାଫାଶ କରିବା ସହ ମାମଲାରେ ଜଡ଼ିତ ଥିବା ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଯଦି ପୋଲିସ ଗିରଫ ନକରେ, ତେବେ ଆନ୍ଦୋଳନକୁ ଜୋରଦାର୍ କରାଯିବ, ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । କୋରାପୁଟ କୁନ୍ଦୁଲି ଘଟଣା ଭଳି ରାଜ୍ୟ ସରକାର କୋଷାଗୁମୁଡ଼ା ଘଟଣାକୁ ଲୁଚାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛି କଂଗ୍ରେସ ।