କନ୍ଧମାଳ, କନ୍ଧମାଳ ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ” ଉତ୍ସାହ ” ଉଦଯାପିତ ହୋଇଯାଇଛି। ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଠାଡିୟମରେ ଅନୁଷ୍ଠିତ ଦୌଡକୁଦ, ଫୁଟବଲ, କ୍ୟାରମ୍, ଚେସ ପ୍ରଭୃତି ବିଭିନ୍ନ ପ୍ରତିଯୋଗିତାରେ ୧୩ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଫୁଟବଲରେ ସାତଟି ଦଳ ଭାଗ ନେଇଥିବା ବେଳେ ଫୁଲବାଣୀ ଉତ୍କଳ ବାଳାଶ୍ରମକୁ ପେନାଲ୍ଟି ସୁଟ ଆଉଟରେ ୪-୩ ଗୋଲରେ ହରେଇ ମଣ୍ଡାସରୁ ଚିଲ୍ଡରେନ୍ ହୋମ୍ ଚାମ୍ପିଅନ ହୋଇଥିଲେ। ସେହିପରି ଚେସ, କ୍ୟାରମ ସହିତ ୧୦୦ ମିଟର, ୨୦୦ ମିଟର, ଲଙ୍ଗ ଜଙ୍ଗ, ହାଇ ଜମ୍ପ ପ୍ରଭୃତି ଇଭେଣ୍ଟରେ ପିଲା ମାନେ ଭାଗ ନେଇଥିଲେ। କ୍ରୀଡା ଦ୍ଵାରା ଆମେ ଫିଟ୍ ରହିବା ସହିତ ଟିମୱାର୍କ, ଏକତା, ଭାଇଚାରା ବୃଦ୍ଧି କରିବା ଓ ରାଜ୍ୟ ଦେଶ ପାଇଁ ଖେଳି ଗୌରବ ଆଣିପାରିବା ବୋଲି କହିଥିଲେ ବିଶିଷ୍ଟ ବକ୍ତା। କ୍ରୀଡା ଉତ୍ସବକୁ ଜିଲ୍ଲା ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷ ରଜତ ଦିଗାଲ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସରୋଜ ବାଳା ଆଚାର୍ଯ୍ୟ ଉଦଘାଟନ କରିଥିବା ବେଳେ ସି.ଡ଼ବ୍ଲୁ.ସି. ସଦସ୍ୟ ସଦାଶିବ ପାତ୍ର, ରାମଚନ୍ଦ୍ର ପରିଡ଼ା, ମମତା ଦାସ, ପ୍ରସନ୍ନ ବିଷୋୟୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ସମୀର ନାୟକ, କିଶୋର ନ୍ୟାୟ ବୋର୍ଡ ସଭ୍ୟା ରଞ୍ଜିତା କାମ୍ପ, ସି.ସି.ଆଇ.ର ଅନେକ ସମ୍ପାଦକ, ଅଧିକ୍ଷକ, ଏକ୍ସନ୍ ଏଡ୍ ଜିଲ୍ଲା ସଂଯୋଜିକା ସନ୍ଧ୍ୟାରାଣୀ ନାୟକ ପ୍ରମୁଖ ମଧ୍ୟ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ ଅତିଥି ବୃନ୍ଦ। ସମସ୍ତ ଟିମ୍ ମଧ୍ୟରୁ ଫୁଟବଲରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଚୟନ କରି ଜିଲ୍ଲା ଟିମ୍ ଗଠନ କରି ରାଜ୍ୟ ସ୍ତରରେ ଖେଳିବେ। ସେହିପରି ବିଭିନ୍ନ ଇଭେଣ୍ଟରେ ପ୍ରଥମ ହୋଇଥିବା ପ୍ରତିଯୋଗୀ ରାଜ୍ୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବେ।
କାର୍ଯ୍ୟକ୍ରମରେ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ସହାୟତା କରିଥିଲେ । ପୁରସ୍କାର ବିତରଣ ଉତ୍ସବ ଶେଷରେ ଡି.ସି.ପି.ୟୁ.ର ଆଇନ୍ ଅଧିକାରୀ ଅଭିରାମ କହଁର ଧନ୍ୟବାଦ୍ ଅର୍ପଣ କରିଥିଲେ।