
ନୂଆଦିଲ୍ଲୀ, ବିଦେଶ ରାଜ୍ୟ ମନ୍ତ୍ରୀ ବୀ ମୁରଲୀଧର ୧୮-୧୯ ଅକ୍ଟୋବରରେ ତୃତୀୟଥର ପାଇଁ ସରକାରୀ ଯାତ୍ରା କରିବେ । ସେ ଏହି ଯାତ୍ରା ଅବସରରେ ଓମାନୀ ନେତୃତ୍ୱ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହିତ ଉଚ୍ଚସ୍ତରିୟ କଥାବାର୍ତା ହେବେ ।
ବିଦେଶ ମନ୍ତ୍ରୀଣାଳୟ ଅନୁସାରେ ଆଗାମୀ ଯାତ୍ରା ଭାରତ ଏବଂ ଓମାନ ମଧ୍ୟରେ ଉଭୟ ପକ୍ଷ ସମ୍ବନ୍ଧୀୟ ବ୍ୟାପକଭାବେ ସମିକ୍ଷା କରିବା ଏବଂ ବହୁମୁଖୀ ଯୋଜନା ସମ୍ପର୍କରେ ଅଥିକ ଗୁରୁତ୍ୱ ଦେବା ଉପରେ ରାସ୍ତା ପ୍ରଶସ୍ତ କରିବା । ବିଦେଶ ରାଜ୍ୟ ମନ୍ତ୍ରୀ ତାଙ୍କର ଏହି ଯାତ୍ରା ଅବସରରେ ବିଭିନ୍ନ ଭାତରୀୟ ସମ୍ପ୍ରଦାୟ ସଂଗଠନ ଏବଂ ଓମାନରେ ରହୁଥିବା ଭାରତୀୟ ମାନଙ୍କ ସହିତ କଥାବାର୍ତା କରିବେ । ଏଥିରେ ବୃତିଗତ, ପ୍ରପେଂସନାଲ, ସ୍ୱାସ୍ଥ୍ୟସେବା କର୍ମଚାରୀ , ସାମାଜିକ କର୍ମୀ ଏବଂ ସ୍କୁଲ ପିଲାମାନେ ଅନ୍ତ୍ରର୍ଭୁକ୍ତ ।