
ଭଦ୍ରକ – ସୋସାଇଟ୍ଫର ଉଇକର କମିଟି ଦ୍ବାରା ବାଇପାସ୍ସ୍ଥିତ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ସଭାଗୃହରେ ମୁସଲିମ୍ ସଂପ୍ରଦାୟର ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକ ପାଇଁ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅକ୍ସଫମଇଣ୍ଡିଆ ସହାୟତା କରିଥିଲା। ଏଥିରେ ଅଧ୍ଯାପକ ନାସିର୍ ବକ୍ସ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥିଭାବେ ମୁଲାନା ଜନାବ ମଜିଦ୍ େଯାଗଦେଇ ନିଜ ବକ୍ତବ୍ୟରେ କହିଥିଲେ େଯ ଶିକ୍ଷାର ବିକାଶ ହେଲେ ମୁସ୍ଲିମ୍ ସଂପ୍ରଦାୟ ର ଲୋକମାନେ ସମାଜରେ ନିଜର ପ୍ରତିଷ୍ଠା ଜାହିର କରିପାରିବେ। ପ୍ରଫେସର ରାଜକିଶୋର ସାହୁ ମୁଖ୍ୟବକ୍ତାଭାବେ େଯାଗଦେଇ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ େଯ ଆର୍ଥିକ ଓ ସାମାଜିକ ଅବସ୍ଥାର ପରିବର୍ନ ହେବା ସେଙ୍ଗ ସେଙ୍ଗ ସଂଖ୍ୟାଲଙ୍କୁମାନଙ୍କଉପରେ ମାନସିକତାର ମନୋଭାବ ପରିବର୍ନ ହେବା ଉଚିତ୍।ସମ୍ମାନୀୟ ଅତିଥିଭାବେ ଉଚ୍ଚନ୍ୟାୟାଳୟର ଆଇନ୍ଜୀବୀ ସମ୍ସୁଲହକ୍ େଯାଗଦେଇ କହିଥିଲେ େଯ ସଂଖ୍ୟାଦୃଷ୍ଟିରୁ ଓଡ଼ିଶାରେ ୧୫ଲକ୍ଷରୁ ଉଦ୍ର୍ଧ ମୁସଲମାନ ବସବାସ କରନ୍ତି। ମାଦ୍ରାସା ଶିକ୍ଷାକୁ ମାଧ୍ଯମିକ ଶିକ୍ଷା ସହ େଯାଡ଼ି ଯଦି ନୂତନ ଶିକ୍ଷାପଦ୍ଧତି ଆରମ୍ଭ କରାଯାଏ ଏହା ମୁସଲମାନମାନଙ୍କ ଆର୍ଥିତ ଓ ସାମାଜିକ ଜୀବନରେ ଏକ ବିପ୍ଳବ ଆଣିପାରିବ। ଅକ୍ସଫାମ୍ ଇଣ୍ଡିଆର ସ୍ତମ୍ଭକାର ଡ଼କ୍ଝର ପ୍ରଭାସ ମିଶ୍ର େଯାଗଦେଇ ୨୦୧୯ ପର୍ଯ୍ୟନ୍ତ ରାଜ୍ୟରେ ସଂଖ୍ୟାଲଘୁ କେତେ ଅଛନ୍ତି ଓ ତାଙ୍କର ସମସ୍ୟାଗୁଡ଼ିକ କଣ କଣ ଅଛି ସେଗୁଡ଼ିକର ନମୁନା ଓ େଯାଜନା ପ୍ରସ୍ତୁତ କରି କ’ଣ କଲେ ବିକାଶ ହୋଇପାରିବ ସେ ବିଷୟରେ ଚିନ୍ତାକରିବାର ସମୟ ଆସିଛି ବୋଲି ପ୍ରକାଶ କରିଥିଲେ। ସର୍ବଶିକ୍ଷା ଅଭିଯାନର ବାଳିକା ସଂେଯାଜିକା ଇପ୍ସିିତା ଜେନା ନାରୀଶିକ୍ଷାର ବିକାଶ ହେଲେ ନିଶ୍ଚୟ ମୁସିଲିମ୍ ସଂପ୍ରଦାୟ ସାମାଜିକ ଓ ଆର୍ଥିକ ବିକାଶ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଏଥିରେ ବ୍ରଜେସ ସେନାପତି ଅତିଥି ପରିଚୟ କରିଥିବା ବେଳେ ସଂସ୍ଥାର ସଂପାଦିକ ସୋଫିଆ ସେକ୍ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ଯରେ ସମାଜସେବୀ ସଲାମ ଭାଇ, ରେବତୀ ରାବଣ ପଣ୍ଡା, ଡ଼କ୍ଝର ଜନସେଦ୍ ଅଲ୍ଲୀ, ନିଗର ସୁଲତାନା, ବିଦୁ୍ୟତ୍ ଲତା ଦାସ ପ୍ରମୁଖ େଯାଗଦେଇଥିଲେ।ଏହି କର୍ମଶାଳାରେ ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ସୋର, ଢେଙ୍କାନାଳ ଓ ଭଦ୍ରକର ସବୁଧର୍ମର ପ୍ରତିନିଧିମାନେ େଯାଗଦେଇଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO