

ଭଦ୍ରକ – ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଗାନ୍ଧୀବାଦୀ ନେତା ସ୍ବର୍ଗତ ପୂର୍ଣ୍ଣାନନ୍ଦ ନାୟକଙ୍କ ପ୍ରତିମୂର୍ତି ଉନ୍ମୋଚନ ଉତ୍ସବ ଧାମନଗର ବ୍ଲକ ସୋହଡା ପଂଚାୟତ ମିଶ୍ରପୁର ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ଉତ୍ସବରେ ସମାଜସେବୀ ତଥା ଶିକ୍ଷାବିତ ପ୍ରଫୁଲ୍ଲ ଚନ୍ଦ୍ର ସାମଲ ସଭାପତିତ୍ବ କରିଥିବା ବେଳେ ପୂର୍ବତନ ସିଆରସିସି ନିରାକାର ଧଳ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ା ଅତିଥି ଭାବେ ପୂର୍ବତନ ମନ୍ରୀ ଜଗନ୍ନାଥ ରାଉତ, ବିଧାୟକ ବିଷ୍ଣୁ ସେଠୀ, ଉପଜିଲାପାଳ ପିତାମ୍ବର ସାମଲ, ଜିଲା ସୂଚନା ଓ ଲୋକ ସµର୍କ ଅଧିକାରୀ ଗୋଲେଖ ଚନ୍ଦ୍ର ବେହେରା, ସ୍ବାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ, ଆଇନଜିବୀ ଦେବାଶିଷ ସାମଲ, ଜିଲା ପରିଷଦ ସଭ୍ୟ ମନୋଜ ମଲ୍ଲିକ, ସରପଂଚ ପ୍ରମୋଦ ସୂତାର, ପୂର୍ବତନ ବ୍ଲକ ଅଧ୍ଯକ୍ଷ ବିନୋଦ ବିହାରୀ ନାୟକ, ପୂର୍ବତନ ସମିତି ସଭ୍ୟ ପ୍ରତାପ ସାମଲ, ଅବସରପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନିରଂଜନ କର, କିଶୋର ନାୟକ, ଜଗବନ୍ଧୁ ନାୟକ, ନିତ୍ୟାନନ୍ଦ ନାୟକ, ବିଜୟାନନ୍ଦ ନାୟକ, କଂଗ୍ରେସ ନେତା ପ୍ରସନ୍ନ ଧଳ ଓ ପ୍ରଦୀପ୍ତ ଦାସ ପ୍ରମୁଖ େଯାଗଦେଇ ସ୍ବର୍ଗତ ନାୟକ ଛାତ୍ର ଜୀବନରୁ ସ୍ବାଧୀନତା ପାଇଁ ସଂଗ୍ରାମ ଜାରି ରଖିବା ତାଙ୍କ ଅବଦାନ ଅତୁଳନୀୟ ଥିଲା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ା କୋରକଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେମେନ୍ଦ୍ର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରେଣୁବାଳା ନାୟକ ସ୍ବାଗତ ଭାଷଣ ଓ କରଦା ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ ା ପ୍ରାରମ୍ଭରେ ସ୍ବର୍ଗତ ପୂର୍ଣ୍ଣାନନ୍ଦ ନାୟକଙ୍କ ପ୍ରତିମୂର୍ତିକୁ ଅତିଥିମାନେ ଉନ୍ମୋଚନ କରିଥିଲେ ା