ପୁରୀ,ଶ୍ରୀ ଜଗନ୍ନାଥ ମନ୍ଦିର ଚାରିଦୁଆର ଖୋଲିବାକୁ ଘୁଞ୍ଚାଇ ଦିଆଯାଇଥିବା ଘଟଣାକୁ ନେଇ ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ଅକ୍ଟୋବର ୩ ତାରିଖ ଦିନ ଆଇନଜୀବୀ କମିଟି ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟକୁ ଅନୁଧ୍ୟାନ କରିଛି । କାର୍ଯ୍ୟ ସମାପନ ନିମନ୍ତେ ସରକାରଙ୍କୁ ୨ ମାସ ଓ ୧ମାସ ଭକ୍ତମାନଙ୍କ ପାଇଁ ଭିତ୍ତିଭୂମି ତିଆରି କରିବା ଯଥା ଟେଣ୍ଟ୍ ବାନ୍ଧିବା, ପାଣି ଯୋଗାଣ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ କଣ୍ଟ ବା ତେଡ୍ ଲାଇନ୍ ଦିଆଯାଇଛି । ଅର୍ଥାତ୍ ଅକ୍ଟୋବର ୩ ରୁ ଡିସେମ୍ବର ୩ ଓ ଡିସେମ୍ବର ୩ରୁ ଜାନୁଆରୀ ୩ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଜାନୁୟାରୀ ୩ ସୁଦ୍ଧା ଚାରି ଦୁଆର ନଖୋଲିଲେ ପୁନର୍ବାର ଘୁଞ୍ଚାଇ ଦିଆଯାଇଥିବା ବନ୍ଦ ଡାକରାକୁ ପୁଣି ଶାନ୍ତିପୂର୍ଣ୍ଣ ଭାବେ ସାରା ରାଜ୍ୟରେ ପାଳନ କରାଯିବାପାଇଁ ନିଷ୍ପତ୍ତି ହୋଇଛି । ମହାପ୍ରଭୁଙ୍କର ରତ୍ନଭଣ୍ଡାର ମାମଲାରେ ଏକ କମିଟି ଗଠନ କରାଯାଇ ୬୦ ଦିନ ବା ଦୁଇମାସ ମଧ୍ୟରେ ଖୋଲାଯିବା ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବାରୁ ସରକାର ଶ୍ରୀମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରି ସେହି ଜାନୁୟାରୀ ୩ ତାରିଖ ସୁଧା ନିଷ୍ପତ୍ତି ନନେଲେ ପୁଣି ଏଇ ୨ ଦାବିକୁ ନେଇ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ କରାଯିବ ବୋଲି କମିଟି ତରଫରୁ ଚେତାବନୀ ଦିଆଯାଇଛି |
Related Stories
November 5, 2024