
ଭଦ୍ରକ – ଆଜି ଚରµା ଆର୍.ସି.ବି.ଏଲ. ହାଇସ୍କୁ ପଡ଼ିଆରେ ସର୍ବ ଭାରତୀୟ ଚରµା କପ କ୍ରିକେଟ ଟୁର୍ଣ୍ଣାମେ ଉଦ୍ଘାଟିତ ହୋଇ ଯାଇଛି। ଉଦ୍ଘାଟନୀ ମ୍ୟାଚରେ ଯାଜପୁରର ଏମ.ସି.ସି.କÿୁ ହରାଇ ଚରµା ଏକାଡ଼େମୀ ବିଜୟୀ ହୋଇଛି। ଯାଜପୁର ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିଦ୍ର୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୯୦ ରନ କରିଥିଲା ଦଳ ପକ୍ଷରୁ ଅଙ୍କୁଶ ମହାନ୍ତି ୩୫ ବଲରେ ୫୧ରନ ଏବଂ ସତ୍ୟ ରଂଜନ ସାମଲ ୧୮ ବଲରେ ୪୮ ରନ, ଶେଖର ଦାସ ୧୬ ବଲରେ ୪୪ ରନ ରିଥିଲେ। ପ୍ରତିପକ୍ଷ ଚରµା ଏକାଡ଼େମୀ ପକ୍ଷରୁ ସଂଜିତ ଚୌଧୁରୀ ୪ ଓଭରରେ ୨୪ ରନ ଦେଇ ୪ଟି ଉଇକେଟ ନେଇଥିଲେ । ୧୯୧ ରନକୁ ପିଛା କରି ଚରµା ଏକାଡ଼େମୀ ଦଳ ୧୭ ଓଭରରେ ୫ ଉଇକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଚରµା ପକ୍ଷରୁ ଜ୍ୟୋତିରଂଜନ ମହାରଣା ୪୭ ବଲରେ ସର୍ବାଧିକ ୭୪ରନ କରି ଦଳକୁ ବିଜୟୀ କରିଥିବାରୁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା। ୟୁନାଇଟେଡ଼ କ୍ଳବର ପୂର୍ବତନ କ୍ରୀଡାବିତ୍ ଶରତ ଚନ୍ଦ୍ର ପୁହାର ତାଙ୍କୁ ପୁରସ୍କୃତ କରିଥିଲେ। ଆଜି ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜଗନ୍ନାଥ ସ୍ବାଇଁ, ପ୍ରୟାସକାନ୍ତି ସାମଲ, ଅଶୋକ ମହାନ୍ତି, ପ୍ରଫୁଲ୍ଲ ନାୟକ, ତଥାଗତ ସାମଲ, ରଜତ ନାୟକ, ମଳୟ ଜେନା, ପୂର୍ବତନ ବିଧାୟକ ନରେନ ପଲେଇ, ବ୍ରଜ ନାୟକ ପ୍ରମୁଖ େଯାଗ ଦେଇଥିଲେ। ଲଲାଟ କେଶରୀ ନନ୍ଦ ଏବଂ ରଂଜନ ମହାନ୍ତି ଅµାୟାର ଭାବେ ଖେଳ ପରିଚାଳନା କରିଥିଲେ। ତୃତୀୟ ଅµାୟାର ଭାବେ ଜ୍ଞାନ ରାଉଳ ରହିଥିଲେ। କମିଟି ତରଫରୁ ମଦନ ମୋହନ ମହାନ୍ତି, ରଜତ ନାୟକ, ତପନ ମଲ୍ଲିକ, ଜୀତେନ୍ଦ୍ର ପଡିହାରୀ, ବିଭୁତି ପଲାଇ, ନୁର ମହମ୍ମଦ ଖାଁ ମ୍ୟାଚ ପରିଚାଳନା କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO