
ଭଦ୍ରକ – ରାଣୀତାଲ ବଜାର ଓ ରାଣୀତାଲ ହାଇସ୍କୁଲଠରେ ୧୬ନମ୍ବର ଜାତୀୟ ରାଜପଥରେ ଗଳାପୋଲ ନ ହେବା ପ୍ରତିବାଦରେ ରାଣୀତାଲ ରାଣୀତାଲ ବିକାଶ ମଂଚ ଆହ୍ବାନରେ ଆଜି ହୋଇଥିବା ରାଣୀତାଲ ବନ୍ଦ ସଫଳ ହୋଇଛି ା ଆଜି ସକାଳୁ ରାଣୀତାଲର ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ବନ୍ଦକୁ ସମର୍ଥନ କରି ସ୍ବତଃ ପ୍ରବୃତ ଭାବେ ଦୋକାନ ବନ୍ଦ ରଖô ଆନ୍ଦୋଳନରେ ବସିଥିଲେ ା ସକାଳୁ ରାଣୀତାଲ ବିକାଶ ମଂଚ ,ରାଣୀତାଲ ବଜାର କମିଟି , ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ, ଏପଜେ ଅବଦୁଲ କାଲମ ଟ୍ରଷ୍ଟ ତଥା ଏ ଅଂଚଳ ଜନସାଧାରଣ ଏକତ୍ରିତ ହୋଇ ଏକ ରାଲିରେ ଯାଇ ୧୬ନମ୍ବର ଜାତୀୟ ରାଜପଥ କାମ କରୁଥିବା ଏକ ବେସରକାରୀ କµାନୀର କାମକୁ ଦାବୀ ପୂରଣ ନ ହେବା ଯାଏ କାମ ବନ୍ଦ କରାଯାଇଥିଲା ା ଏହି ମର୍ମରେ ବିକାଶ ମଂଚର ସଭାପତି ଭାଗିରଥି ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ସାଧାରଣ ସଭାରେ ରାଣୀତାଲଛକ ଓ ହାଇସ୍କୁଲ ଛକରେ ଗଳାପୋଲ ନତ୍ୟାନ୍ତ ଅପରିହାଯ୍ର୍ୟ ହୋଇଥିବା ବେଳେ ମନ୍ରୀ ଓ ଅମଲାତନ୍ର ଏଥିପ୍ରତି କର୍ଣ୍ଣପାତ କରୁ ନଥିବାରୁ ଆଜି କେବଳ କାମ ବନ୍ଦ କରାଯାଇଛି ଓ ଆଗାମୀ ଦିନରେ ଦାବୀ ପୂରଣ ନ ହେଲେ ଦାବୀ ବ୍ୟାପକ କରାଯିବ ବୋଲି ରାଣୀତାଲ ନିକଟସ୍ଥ ତିନି ପଂଚାୟତର ରାଜନେତାମାନେ ପ୍ରକାଶ କରିଥିଲେ ା ଅନ୍ୟ ମାନଙ୍କ ମଧ୍ୟରେ ଆବାହକ ଗଣେଷ ପ୍ରସାଦ ଦାଶ, ଯୁବ ଆଇନଜୀବି କରୁଣାକର ଦାଶ, ଜଗଦଳପୁର ସରପଂଚ ଶ୍ୟାମାମଞ୍ଜରୀ ଜେନା, ରାହାଂଜର ପୂର୍ବତନ ସରପଂଚ ପ୍ରହ୍ଲାଦ ପଣ୍ଡା,ରବିନ୍ଦ୍ର ସାହୁ ,ବସନ୍ତ ଲେଙ୍କା,ମଦନ ପରିଡା,ଜଗଦଳପୁରର ପୂର୍ବତନ ସରପଂଚ ବିଜୟ ମହାପାତ୍ର, ରମ୍ଭିଳା ପଂଚାୟତର ପୁର୍ବତନ ସରପଂଚ ଗଣେଷ ପଣ୍ଡା,ଅନନ୍ତ କିଶୋର ପଣ୍ଡା ବଜାର କମିଟିର ସଭାପତି ସୁକାନ୍ତ ସାହୁ, ସଂପାଦକ ଜ୍ୟୋତିପ୍ରକାଶ କର ,ସମାଜ ସେବୀ ଅଟଳ ବାରିକ,ଶମ୍ଭୁନାଥ ନାୟକ ଓ ଶତାଧିକ ଲୋକ େଯାଗ ଦେଇଥିବା ବେଳେ କୈାଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ଗ୍ରାମାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ନେତ୍ବତୃରେ ଏକ ପ୍ଝାଟୁନ ପୋଲିସ ଜଗିରହିଥିଲେ ା
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO