ବଲାଙ୍ଗିର, ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ଚଳିତ ବର୍ଷ ୫୦ ବର୍ଷ ପୂର୍ତ୍ତିରେ ସୁବର୍ଣ୍ଣ ଜୟନ୍ତୀ ଟିକ୍ରାପଡା (ପ୍ରହରି ଛକ) ୫୦ତମ ଅହୋରାତ୍ର ନାମଯଜ୍ଞର ଲୋଗୋ (ପ୍ରତୀକ) ଉନ୍ମୋଚନ ଓ ନୂଆଖାଇ ଭେଟଘାଟ ସମାରୋହ ୧୯ ନଭେମ୍ବରରୁ ୨୭ ନଭେମ୍ବର ପର୍ଯ୍ୟନ୍ତ ପାଳନ କରିବାକୁ ଯାଉଛି। ଏଥିପାଇଁ ଗତକାଲି ସ୍ଥାନୀୟ ପ୍ରହରି ଛକ ପାଖରେ ସୁବର୍ଣ୍ଣ ଜୟନ୍ତୀର ଲୋଗୋ ଉନ୍ମୋଚନ ଓ ନୂଆଖାଇ ଭେଟଘାଟ ଉତ୍ସବ ପାଳନ କରାଯାଇଥିଲା।
ଉକ୍ତ ଉତ୍ସବରେ ଲୋକ କବି ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଅତିଥି, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ସମ୍ମାନିତ ଅତିଥି, ବିପ୍ଲବୀ କବି ହୀରାଲାଲ ସାହୁ ସମ୍ମାନିତ ଅତିଥି, ନାଟ୍ୟଭୁଷଣ ଜଗଦାନନ୍ଦ ଛୁରିଆ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ଆୟୋଜନ କମିଟିର ମୁଖ୍ୟ ପ୍ରକାଶ ନେପାକ ବିବରଣୀ ପ୍ରଦାନ କରିବା ସହ ଆଗାମୀ ସୁବର୍ଣ୍ଣ ଜୟନ୍ତୀରେ ବିଶ୍ଵଶାନ୍ତି ବିଷ୍ଣୁ ମହାଯଜ୍ଞ, ସାତ ଦିନ ଧରି ବିଭିନ୍ନ ଆଧ୍ୟାତ୍ମିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏକ ସ୍ମରଣିକା ପ୍ରକାଶ କରାଯିବାର ସୂଚନା ଦେଇଥିଲେ ଏବଂ ସହରର ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସାମିଲ କରି ଏହି ଉତ୍ସବକୁ ମହା ସମାରୋହରେ ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବାର ସୂଚନା ଦେଇଥିଲେ। ଆୟୋଜଜ କମିଟି ମହିଳା ଶାଖା ସଭାପତି ବନେଶ୍ଵରୀ ବେହେରା ଆଗାମୀ ସୁବର୍ଣ୍ଣ ଜୟନ୍ତୀ ଆୟୋଜନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବରିଷ୍ଠ ସଭ୍ୟ ଭଗବାନ ବଗର୍ତି ସ୍ଵାଗତ ଭାଷଣ ଦେଇଥିଲେ। ଆୟୋଜକ କମିଟି ତରଫରୁ ମୁଖ୍ୟ ଅତିଥି ପଦ୍ମଶ୍ରୀ ହଳଧର ନାଗ, ପୌରାଧକ୍ଷl ଲିକା ସାହୁ, କବି ହୀରାଲାଲ ସାହୁ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ଉପଢୌକନ ଦେଇ ସାମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ପଦ୍ମଶ୍ରୀ ହଳଧର ନାଗ ତଥା ସମସ୍ତ ସମ୍ମାନିତ ଅତିଥି ଏବଂ ଆୟୋଜକ କମିଟିର ସମସ୍ତଙ୍କ ଉପସ୍ଥିତିରେ ସୁବର୍ଣ୍ଣ ଜୟନ୍ତୀ ଲୋଗୋ ଉନ୍ମୋଚନ କରିଥିଲେ ଏବଂ ଦୀର୍ଘ ଅଣଚାଶ ବର୍ଷ ଧରି ନାମଯଜ୍ଞ ଆୟୋଜନ କରି ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିବାରୁ କମିଟିକୁ ସାଧୁବାଦ ଜଣାଇଥିଲେ। ପଦ୍ମଶ୍ରୀ ହଳଧର ନାଗ କୋଶଲ ପ୍ରଦେଶ ଆଜିର ନୁହେଁ ଏହାର ବହୁ ପୁରାତନ ଇତିହାସ ଅଛି। ପ୍ରଭୁ ରାମଚନ୍ଦ୍ରଙ୍କ ମାମୁ ଘର ଏହି କୋଶଳ ପ୍ରଦେଶ ବୋଲି କହିଥିଲେ। ସେ ଏକ ମର୍ମସ୍ପର୍ଶୀ କୋଶଳି କବିତା ଆବୃତ୍ତି କରି ଉତ୍ସବର ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। କମିଟିର ବରିଷ୍ଠ ସଭ୍ୟ ପ୍ରଦୀପ ସାହୁ, ସନ୍ତକ ବହିଦାର, ଦମୟନ୍ତୀ ବାଗ, ଇସ୍ମତ ଆରା ଖାନ, କୁନୁ ପାତ୍ର, ଅଙ୍କୁଶ ହୋତା, ଶରତ ଷାଣ୍ଢ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ। ପୌରାଧ୍ୟକ୍ଷା ଲିକା ସାହୁ ଏହି ଐତିହାସିକ ସମାରୋହକୁ ସମସ୍ତ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ। କମିଟିର ବରିଷ୍ଠ ସଭ୍ୟ ନୀଳମଣି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଭାର ସଂଯୋଜନା ମଧୁ ନାଏକ କରିଥିଲେ। ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ସହ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିକାଶ ସା ସଂଯୋଜନା କରିଥିବା ବେଳେ କମିଟିର ସଭ୍ୟ ବିଧୁ ଭୂଷଣ ତ୍ରିପାଠୀ, ଭବାନୀ ଶଙ୍କର ଶତପଥି, ଯଶବୀର ସିଂ, ବୈଷ୍ଣବ ସାହୁ, ରାଜେନ୍ଦ୍ର ମିଶ୍ର, ରବି ବହିଦାର, ଜିତେନ୍ଦ୍ର ନାଗ, ଟିଂକୁ ପଣ୍ଡା, ମହିଳା କମିଟି ସମ୍ପାଦକ ଲିନା ମହାନ୍ତି, ଉପସଭାପତି ପ୍ରତିମା ମଟାରୀ, ରବି ଅଗ୍ରୱାଲ, ଦୁଲିଚନ୍ଦ ଅଗ୍ରୱାଲ, ମୁନା ଖାନ, ଶିବ ନାରାୟଣ ରଥ, ବଳରାମ ବେହେରା, ପ୍ରଦୀପ ଦର୍ଜୀ, ଅଶୋକ ଚାନ୍ଦ, ମଦନ ରଥ, ବାବୁ ସା, ସଞ୍ଜୟ ଶତପଥି, ଶିବେନ୍ଦ୍ର ସାହୁ, ଚିତ୍ତ ସାହୁ, ଦିଜ ମିଶ୍ର, ଶ୍ରୀବତ୍ସ ମହାରଣା, ଯୁଗୀନ୍ଦ୍ର ସାହୁ, ଶ୍ରୀବତ୍ସ ବେହେରା, ଟୁନା ହୋତା, ଅଜିତ ପଣ୍ଡା, ଦିଲୀପ ସାହୁ, ବାଦଲ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଭ୍ୟ ବିଶ୍ଵଜିତ ସାହୁ, ଜିତେନ୍ଦ୍ର ନାଗ ଓ ରାମଚନ୍ଦ୍ର ଷଡ଼ଙ୍ଗୀ ପରିଚାଳନା କରିଥିଲେ।