
ଭୁବନେଶ୍ୱର,ଖଣ୍ଡପଡା ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ବିରୋଧରେ ମେଗା ଋଣ ଜାଲିଆତି ଅଭିଯୋଗ ଆଣିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଶହେ କୋଟିରୁ ଉର୍ଦ୍ଧ୍ୱ ଋଣ ଜାଲିଆତି ହୋଇଛି । ତିନି ଶହରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଗଣମାଧ୍ୟମ ସଂସ୍ଥାର ମାଲିକ କ’ଣ ଆଇନର ଉର୍ଦ୍ଧ୍ୱରେ ବୋଲି ସେ ପ୍ରଶ୍ନ କରିବା ସହ ସୌମ୍ୟ ଇଓଡବ୍ଲୁ ତଦନ୍ତର ସାମ୍ନା କରନ୍ତୁ ବୋଲି କହିଛନ୍ତି ଲେନିନ୍ ।