ଭୁବନେଶ୍ୱର, କନ୍ଧମାଳ ଜିଲ୍ଲାର କୋଟଗଡ ଅଂଚଳରେ ଛାତ୍ରୀଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । କୋଟଗଡ଼ ଦମକଳ ବାହିନୀ ଦ୍ଵାରା ଦୀର୍ଘ ତିନି ଦିନ ର ଅକ୍ଲାନ୍ତ ପରିଶ୍ରମ ପରେ ଏହି ଶବ ଉଦ୍ଧାର କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଗତ 16 ତାରିଖ ସନ୍ଧ୍ୟା ରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଯୁଡ଼ାବାଲି ପଞ୍ଚାୟତ ର ଶ୍ରାଲିଗୁଡା ଗ୍ରାମ ର ଦୁଇ ନାବାଳିକା ଆଲନ୍ତି ଗାଉଣ୍ଟିଆ ଓ ଚାନ୍ଦିନୀ ମଲିକ ଗାଁ ପାଖ ନାଳ ରେ ଗାଧୋଇବା ସମୟ ରେ ଭାସି ଯାଇ ଥିଲେ। ଗ୍ରାମବାସୀ ଜାଣିବା ପରେ ସଙ୍ଗେ ସଙ୍ଗେ କୋଟଗଡ଼ ଥାନା ଓ କୋଟଗଡ଼ ଦମକଳ ବାହିନୀ କୁ ଜଣାଇଥିଲେ। କୋଟଗଡ଼ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନାଳ ରେ ଖୋଜା ଖୋଜି କରି ଆଲନ୍ତି ଗାଉଣ୍ଟିଆ କୁ ଉଦ୍ଧାର କରିଥିଲେ କିନ୍ତୁ ଚାନ୍ଦିନୀ ମଲିକ (ବୟସ 14) କୁ ଉଦ୍ଧାର କରା ଯାଇ ପାରି ନ ଥିଲା।କୋଟଗଡ଼ ଦମକଳ ବାହିନୀ ଦ୍ଵାରା ଦୀର୍ଘ ତିନି ଦିନ ର ଅକ୍ଲାନ୍ତ ପରିଶ୍ରମ ପରେ ନାବାଳିକା ଛାତ୍ରୀ ର ଗଳିତ ଶବ ଉଦ୍ଧାର କରାଯାଇଛି ।