ଧର୍ମଶାଳା – ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଂଚାୟତ ହିଙ୍ଗୁଳା ବିଦ୍ୟାପୀଠରେ ଆଜି ପରିଚାଳନା କମିଟିର ପ୍ରଥମ ବୈଠକ କମିଟିର ସ୍ଥାୟୀ ସଭାପତି କୋରେଇ ବିଧାୟକ ଅଶୋକ କୁମାର ବଳଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି । ଉକ୍ତ ବୈଠକରେ ଗୁଣାତ୍ମକ ଶିକ୍ଷାଦାନ ସହ ବିଦ୍ୟାଳୟର ଭିତିଭୂମି ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବିଦ୍ୟାଳୟର ମୌଳିକ ଦାଇତ୍ୱ ହେଉଛି ଶିକ୍ଷାଦାନ । ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ଶିକ୍ଷିକା ଶିକ୍ଷକମାନେ ଯତ୍ନବାନ ହେବାକୁ ବିଧାୟକ ପରାମର୍ଶ ଦେଇଥିଲେ । ଏହାଛଡା ବିଦ୍ୟାଳୟର ବିପଦ ସଂକୁଳ ଗୃହର ମରାମତି, ଶୌଚାଳୟ ନିର୍ମାଣ, ଲାବ୍ରୋଟାରୀ ସ୍ଥାପନ, ସମର ଶିକ୍ଷାର୍ଥୀ ବାହିନୀ ୟୁନିଟକୁ ଅଧିକ କ୍ରିୟାଶୀଳ କରାଇବା ଦିଗରେ ପ୍ରସ୍ଥାବମାନ ଆସିଥିଲା । ବିଦ୍ୟାଳୟଗୁଡିକ ପାଇଁ ଆସୁଥିବା ସରକାରୀ ଅନୁଦାନ ପ୍ରଦାନ ଦିଗରେ ଯତ୍ନବାନ ହେବା ସହ ନିଜସ୍ୱ ହାତପାଣ୍ଠିକୁ ବିନିଯୋଗ କରି ବିଦ୍ୟାଳୟରେ ରହୁଆସୁଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡିକୁ ସମାଧାନ କରିବେ ବୋଲି ସେ ପ୍ରତିଶ୍ରୃତି ଦେଇଥିଲେ ।
ଉକ୍ତ ବୈଠକରେ ଶିକ୍ଷାବିତ୍ ନଗେନ୍ଦ୍ର କୁମାର ପତି, ଭୀମସେନ ପଣ୍ଡା, ଉମା ସେଠୀ, ଅମରେଶ ମଲିକ ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶଚନ୍ଦ୍ର ଖୁଂଟିଆ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ପ୍ରତିନିଧି ସୁରେଶ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
December 14, 2024