ପୁରୀ- ଓଡିଶାର ପ୍ରତି ଗାଁର ପ୍ରତି ଘରେ ଶୁଦ୍ଧ ପାନୀୟଜଳ ପହଂଚିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏ ସଂପର୍କରେ ଗୁରୁବାର ପୂର୍ବାହ୍ନରେ ହୋଟେଲ ମେ ଫାୟାର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁÂିତ ହୋଇଯାଇଥିଲା । ଜଳ-ଜୀବନ-ମିଶନ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତ୍ ଯୋଗଦେବା ଅବସରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଲେ ଜନ-ଜୀବନ-ମିଶନ ପ୍ରଧାନମନ୍ତ୍ରୀଙ୍କ ଏକ ମେଗା ପ୍ରୋଜେକ୍ଟ । ଗ୍ରାମାଚଂଳର ସବୁ ଘରକୁ ପାଣି ପାଇପ୍ ସଂଯୋଗ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ୨୦୨୪ ମସିହା ସୁଦ୍ଧା ଏହି ପ୍ରକଳ୍ପ କାମ ଶେଷ ହେବ । ୧୪କୋଟି ୬୦ଲକ୍ଷ ଗ୍ରାମାଚଂଳ ପରିବାରକୁ ପାଣି ପାଇପ୍ ଯୋଗେ ଜଳ ଯୋଗାଇ ଦିଆଯିବ । ଏଥିପାଇଁ ୩.୬୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ବିଭିନ୍ନ ଆଂଚଳିକ ସ୍ତରରେ କର୍ମଶାଳା କରାଯାଇ ଏହି ପ୍ରକଳ୍ପ ସଂପର୍କରେ ସୂଚନା ଦିଆଯିବ । ଦେଶରେ ୫ଟି ସ୍ଥାନରେ ଜଳ-ଜୀବନ-ମିଶନର କର୍ମଶାଳା ଅନୁÂିତ ହେବ । ପ୍ରଥମେ ସେପ୍ଟମ୍ବର ୩, ୪ ତାରିଖରେ ଚଣ୍ଡିଗଡ଼ ଠାରେ ଅନୁÂିତ ହୋଇଥିବା ବେଳେ ଦ୍ୱିତୀୟ କର୍ମଶାଳା ପୂର୍ବାଚଂଳ ପାଇଁ ପୁରୀ ଠାରେ ଅନୁÂିତ ହୋଇଛି । ଏହି କର୍ମଶାଳାରେ ବିହାର, ଛତିଶଗଡ, ଝାଡଖଣ୍ଡ, ଓଡିଶା, ରାଜସ୍ଥାନ, କଲିକତା ଆଦି ରାଜ୍ୟମାନେ ଯୋଗଦେଇଛନ୍ତି । ବିଭିନ୍ନ ସ୍ୱେଚ୍ଛାସେବୀ ଅନୁÂାନ, ଅଦ୍ୱୈତ ଅଧିକାରୀ ଓ ରାଜ୍ୟସରକାରଙ୍କ ସହଯୋଗରେ କାର୍ଯ୍ୟକ୍ରମ ଆଗେଇ ନେବା ପାଇଁ ଯୋଜନା ରହିଛି ।
କେନ୍ଦ୍ରମନ୍ତ୍ରୀ କହିଲେ, କେନ୍ଦ୍ର ସରକାର ଗ୍ରାମାଚଂଳର ସବୁ ଘରକୁ ବିଜୁଳି, ସବୁ ଗାଁକୁ ସଡକ, ଗ୍ୟାସ ଓ ଏବେ ପାନୀୟଜଳ ଯୋଗାଇବା ପାଇଁ ବଦ୍ଧପରିକର । ନଦୀଗୁଡିକରୁ କିଭଳି ପାନୀୟଜଳ ପ୍ରସ୍ତୁତ କରାଯାଇ ଘରେ ଘରେ ପହଂଚିବ ସେଥିପାଇଁ ଯୋଜନା କରାଯାଇଛି । ଦେଶର ସାଧାରଣ ଲୋକମାନଙ୍କର ମାନ ପରିବର୍ତନ ପାଇଁ କେନ୍ଦ୍ର ସରକାର ସଦା ଚେଷ୍ଟିତ । ଭୂତଳ ଜଳ ସଂରକ୍ଷଣ ପାଇଁ ଅନେକ କାମ ହାତକୁ ନିଆଯାଇଛି । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ କହିଲେ ଓଡିଶାର ସବୁ ଘରେ ପାଣି ପହଂଚିବା ପାଇଁ ରାଜ୍ୟ ସରକାର ବହୁ ପୂର୍ବରୁ ବସୁଧା ଯୋଜନା ଆରମ୍ଭ କରିଛନ୍ତି । ରାଜ୍ୟରେ ୪୮ପ୍ରତିଶତ ପରିବାରକୁ ପାନୀୟଜଳ ଯୋଗାଇ ଦିଆଯାଉଛି । କେନ୍ଦ୍ର ସରକାର ଅଧିକ ଅର୍ଥ ମଞ୍ଜୁର କଲେ ୬୫ପ୍ରତିଶତ ଘରକୁ ପାଣି ଯୋଗାଇ ଦିଆଯିବ । ରାଜ୍ୟ ସରକାର ଏଥିପାଇଁ ବଜେଟରେ ୩ହଜାର କୋଟି ଖର୍ଚ୍ଚ କରୁଥିବା ବେଳେ କେନ୍ଦ୍ର ସରକାର ୩୦୦କୋଟି ଟଙ୍କା ଦେଇଛି । ପୁରୀର ଭୂତଳ ଜଳ ସଂରକ୍ଷଣ ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ମୂଷାନଦୀ ଓ ମଙ୍ଗଳାନଦୀର ଉନ୍ନତିକରଣ କରାଯିବ । ପୁରୀ ସହରର ପ୍ରାକୃତିକ ଉପାୟରେ ଥିବା ଡ୍ରେନେଜ ସିଷ୍ଟମ ସ୍ଥାନରେ ବହୁତଗୁଡିଏ ଘର ନିର୍ମାଣ କରାଯାଇଥିବାରୁ ପାଣି ନିଷ୍କାସନ ହେବାରେ ବାଧାସୃଷ୍ଟି ହେଉଛି । ମେଗା ପ୍ରୋଜେକ୍ଟ ଜରିଆରେ ସମସ୍ତଙ୍କୁ ପାଣି ଯୋଗାଇ ଦିଆଯିବ ।