ଗଞ୍ଜାମ- ପାଟପୁର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ବଂଟନ ପାଇଁ ଆସୁଥିବା ପୁସ୍ତକ ସେମାନଙ୍କୁ ବଂଟା ନଯାଇ କଳାବଜାର ହେଉଥିବା ଅଭିଯୋଗ ସାମ୍ନାକୁ ଆସିଛି । ଘଟଣାର ପ୍ରତିବାଦ କରିବା ସହ ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଂଚଳବାସୀ ।
ଜନୈକା ଶିକ୍ଷୟତ୍ରୀ ବଟେଶ୍ୱର ନିକଟରେ କଳା ବଜାର କରି ବହି ବିକ୍ରୀ କରୁଥିବା ବେଳେ ସ୍ଥାନୀୟ ଜନସାଧାରଣ ଏହା ଜାଣିପାରି ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଘେରାଉ କରିଥିଲେ । ସେମାନେ ଏ ବାବଦରେ ଶିକ୍ଷା ବିଭାଗର ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି । ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅବିଭାବକ ମହଲରେ ଦାବି ହେଉଛି ।