ଭଦ୍ରକ – ଭଦ୍ରକରେ ୨୫ତମ ରାଜ୍ୟସ୍ତରୀୟ ଯୁବ ମହୋସôବର ୧୯,୨୦ ତାରିଖରେ ଦୁଇ ଦିନ ଧରି ବିଭିନ୍ନ ବିଭାଗର ରଙ୍ଗାରଙ୍ଗ ସାଂସ୍କୃତିକ କାଯ୍ର୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ କ୍ରିଡ଼ା ଓ ଯୁବସେବା ବିଭାଗ ଆନୁକୁଲ୍ୟରେ ଭଦ୍ରକ ଜିଲ୍ଲାର ୨୫ତମ ଯୁବମହୋସôବ ଅନୁଷ୍ଠିତ ହେଉଅଛି। ଏହି ଯୁବମହୋସôବରେ ସମୁଦାୟ ୧୮ଟି ବର୍ଗରେ ବିଭିନ୍ନ ପ୍ରତିେଯାଗିତା ଦୁଇଦିନ ଧରି ନେହେରୁ ଷ୍ଟାଡ଼ିୟମ ଶହୀଦ ସ୍ମୁତି ଭବନ ଓ ସଂସ୍କୃତି ଭବନ ଏବଂ ଜିଲ୍ଲା ସ୍କୁଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଭଦ୍ରକ ନେହେରୁ ଷ୍ଟାଡ଼ିୟମର ଦୁଇଦିନ ଧରି ଲୋକ ସଂଗୀତ ଓ ଲୋକନୃତ୍ୟ, ଭଦ୍ରକ ଶହୀଦ୍ସ୍ମୃତି ଭବନ(ଟାଉନ୍ହଲ) ରେ ଏକାଂକିକା ପ୍ରତିେଯାଗିତା ଅନୁଷ୍ଠିତ ହୋଇଥିବା ବେଳେ ଭଦ୍ରକ ଜିଲ୍ଲା ସ୍କୁଲ ସମ୍ମିଳନୀ କକ୍ଷରେ ହିନ୍ଦୁସ୍ଥାନୀ, କର୍ଣ୍ଣଟକୀ ଓ ବକ୍ତୃତା ଏବଂ ମୃଦଙ୍ଗ ପ୍ରତିେଯାଗିତା ଅନୁଷ୍ଠିତ ହୋଇଥିବା ବେଳେ ସଂସ୍କୃତି ଭବନର ଉପର ମହଲାରେ ଶାସ୍ତ୍ରୀୟ ନୃତ୍ୟ ,ଓଡ଼ଶୀ, ମଣିପୁରୀ, ଭାରତ ନଟ୍ୟମ୍, କଥକ , କୁଚିପୁଡ଼ି ଅନୁଷ୍ଠିତ ହୋଇଥିବା ବେଳେ ତଳ ମହଲାରେ ହାର୍ମୋନିୟମ୍, ତବଲା, ଗୀତାର, ସୀତାର, ବଂଶୀ ପ୍ରତିେଯାଗିତା ଅନୁଷ୍ଠିତ ହୋଇଥିଲା। ଏହି ରାଜ୍ୟସ୍ତରୀୟ ଯୁବମହୋସôବ ପ୍ରତିେଯାଗିତାରେ ସମୁଦାୟ ୧୫୨୯ପ୍ରତିଭା ପ୍ରତିେଯାଗୀ ଅଂଶଗ୍ରହଣ କରିଛନ୍ତି। ସେଥିମଧ୍ଯରୁ ୯୮୦ଜଣ ପୁରୁଷ ଓ ୩୩୩ଜଣ ମହିଳା, ୧୬୯ଜଣ ସହେଯାଗୀ ଓ ୫୩ଜଣ ଅଧିକାରୀ େଯାଗଦେଇଛନ୍ତି। ଦୁଇଦିନ ଧରି ନେହେରୁ ଷ୍ଟାଡ଼ିୟମ ଠାରେ ସନ୍ଧ୍ୟା ସମୟରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ ହଜାର ହଜାର ଦର୍ଶକ ଓ କଳାକାରମାନେ ଭରପୁର ମନରଂଜନ କରିଥିଲେ। ଏହି ରାଜ୍ୟ ଯୁବ ମହୋସôବ ଡିସେମ୍ବର ୧୮ରେ ଆରମ୍ଭ ହୋଇଥିବାବେଳେ ଆସନ୍ତାକାଲି ଡିସେମ୍ବର ୨୧ତାରିଖରେ ଉଦ୍ଯାପନୀ ଉସôବ ନେହେରୁ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ।
Related Stories
December 23, 2024